Wed. Jan 1st, 2025

ଅନ୍ତର୍ଜାତୀୟ ମଂଚରେ ଚୀନ ବିପକ୍ଷରେ ଜିତିଲା ଭାରତ, ହେଲା ମହିଳା ସ୍ଥିତି ଆୟୋଗର ସଦସ୍ୟ

By amfnews Sep 15, 2020 #Featured
211 Views

ଜେନିଭା, ସେପ୍ଟେମ୍ବର ୧୫ : ସୀମା ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ମଂଚ ପର୍ଯ୍ୟନ୍ତ ଚୀନକୁ ଭାରତ ପରାସ୍ତ କରିବାରେ ଲାଗିଛି । ଚୀନକୁ ପଛରେ ପକାଇ ଭାରତ ପ୍ରତିଷ୍ଠିତ ଇକୋନୋମିକ ଆଣ୍ଡ ସୋସିଆଲ କାଉନସିଲ (ଇକୋସୋକ)ରେ ନିଜର ସ୍ଥାନ ଦୃଢ଼ କରିଛି । ଭାରତ କାଉନସିଲ ସହିତ ଜଡ଼ିତ ମହିଳା ସ୍ଥିତି ଆୟୋଗର ସଦସ୍ୟ ହୋଇପାରିଛି ।

ଆୟୋଗରେ ଏହି ସିଟ ଲାଗି ଭାରତ, ଚୀନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା । ଭାରତ ଏବଂ ଆଫଗାନିସ୍ତାନଙ୍କୁ ୫୪ରୁ ଅଧିକ ସଦସ୍ୟଙ୍କ ସମର୍ଥନ ମିଳିଛି । କିନ୍ତୁ ଚୀନକୁ ଖାଲି ହାତରେ ଫେରିବାକୁ ପଡ଼ିଛି ।  ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି ଟୁଇଟ କରି ଏହି ସୂଚନା ପ୍ରଦାନ କରିଛନ୍ତି ।

ତିରୁମୂର୍ତ୍ତି ଖୁସିରେ କହିଛନ୍ତି, ଭାରତ ପ୍ରତିଷ୍ଠିତ ଇକୋସୋକରେ ଆସନ ପାଇଛି । ଭାରତ ମହିଳାଙ୍କର ସ୍ଥିତି ଉପରେ ଆୟୋଗର ସଦସ୍ୟ ଭାବେ ଚୟନିତ ହୋଇଛି । ସେ କହିଛନ୍ତି ଯେ, ମହିଳାଙ୍କୁ ନେଇ ଆମର ପ୍ରତିବଦ୍ଧତା କିପରି ଏବଂ ମହିଳା ସଶକ୍ତିକରଣ ଦିଗରେ ଆମେ କେତେ କାମ କରୁଛେ । ଆମ ସମସ୍ତ ସଦସ୍ୟଙ୍କୁ ଏଥିଲାଗି ଧନ୍ୟବାଦ ଜଣାଉଛୁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଭାରତ ଏହି ଆୟୋଗରେ ୪ ବର୍ଷ ଯାଏଁ ସଦସ୍ୟ ରହିବ ।

By amfnews

Related Post