Tue. Dec 24th, 2024

ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ

By amfnews Dec 9, 2020 #Featured
178 Views

ନୂଆଦିଲ୍ଲୀ, ଡିସେମ୍ବର ୦୯ : ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟର ମଧ୍ୟରେ ପାର୍ଥିବ ପଟେଲ ଭାରତ ପାଇଁ ତିନିଟି ଫର୍ମାଟରେ ଖେଳିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ସମସ୍ତ ଫର୍ମାଟରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ତେବେ ଆଗକୁ ଆଇପିଏଲ ଖେଳିବା ଜାରି ରଖିବେ ବୋଲି ପାର୍ଥିବ ପଟେଲ ସୂଚନା ଦେଇଛନ୍ତି  ।

୩୫ବର୍ଷୀୟ ପାର୍ଥିବ ପଟେଲ ଟିମ୍ ଇଣ୍ଡିଆ ପାଇଁ ୨୫ଟି ଟେଷ୍ଟ, ୩୮ ଦିନିକିଆ ଓ ଦୁଇଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ୨୦୦୨ ମସିହାରେ ସର୍ବକନିଷ୍ଠ ଓ୍ୱିକେଟ କିପର ଭାବରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ପାର୍ଥିବ ପଟେଲ୍ । ସେତେବେଳେ ତାଙ୍କୁ ମାତ୍ର ୧୭ବର୍ଷ ହୋଇଥିଲା । ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲେ ।

୨୦୦୪ରେ ଦୀନେଶ କାର୍ତ୍ତିକ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଆବିର୍ଭାବ ପରେ ଚୁଡ଼ାନ୍ତ ଏକାଦଶରେ ପାର୍ଥିବ ପଟେଲଙ୍କୁ ଆଉ ସୁଯୋଗ ମିଳି ନଥିଲା । ଶେଷ ଥର ପାଇଁ ୨୦୧୬ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଧୋନିଙ୍କ ଆହତ ଯୋଗୁ ତାଙ୍କୁ ଟିମରେ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ସୁଯୋଗ ମିଳିଥିଲା ।

By amfnews

Related Post