‘ଦ ଏକ୍ସିଡ଼େଣ୍ଟାଲ ପ୍ରାଇମିନିଷ୍ଟର’ ସିନେମାରେ ମନମୋହନ ସିଂ ଙ୍କ ଚରିତ୍ରରେ ଅନୁପମ ଖେର ମୁଖ୍ୟ ଭୂମିକାରେ ନଜରକୁ ଆସିଛନ୍ତି । ଏହି ଫିଲ୍ମଟି ମନମୋହନଙ୍କ ମିଡ଼ିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଲିଖିତ ପୁସ୍ତକ ଉପରେ ଅାଧାରିତ। ଏହି ସିନେମାକୁ ନେଇ ଦୀର୍ଘ ସମୟ ଧରି ବିବାଦ ଓ ସମାଲୋଚନା ଜାରୀ ରହିଥିଲା । ରତ୍ନାକର ଗୁଡ୍ଡେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ଆୟ ମଧ୍ୟ କରିବ ବୋଲି ଆଶା କରାଯାଇଛି ।
ରାଜନୈତିକ ନେତା ,ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ଏହା ଏକ କୌତୁହଳର ବିଷୟ ପାଲଟିଛି । ପ୍ରଥମ ଦିନରେ ଫିଲ୍ମର ଆୟ ତିନି ,ଚାରି କୋଟି ଆକଳନ କରାଯାଇଥିଲା ,ଏହା ଦ୍ୱିତୀୟ ଦିନରେ ପାଞ୍ଚ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଇଛି । ୨୦୧୯ ନିର୍ବାଚନ ଉପରେ ଏହି ସିନେମାର ପ୍ରଭାବ ପଡ଼ୁଛି । ସିନେମାରେ ମନମୋହନ ସିଂଙ୍କ ମହିମାମଣ୍ଡନ କରିବା ସହ ଗାନ୍ଧୀ ପରିବାର ଛବିକୁ ମଳିନ କରିଛି । କିଛି ଲୋକ ଏହି ସିନେମାକୁ ପ୍ରୋପାଗାଣ୍ଡା ଦର୍ଶାଇଛନ୍ତି। ଏହି ସିନେମାରେ ଦେଖାଯାଉଥିବା ଏହା କାଷ୍ଟିଙ୍ଗ । ଫିଲ୍ମ ମେକରଙ୍କୁ ରିଏଲ ଲାଇଫ ନେତାଙ୍କ ସହ ସମାନତା ଥିବା ଅଭିନେତା ମିଳିବା କଷ୍ଟକର ଥିଲା ।