Sun. Mar 8th, 2026

ଇମ୍ରାନ ଖାନଙ୍କ ମନ୍ତବ୍ୟ ପାଇଁ ଫସିବ ପାକିସ୍ତାନ

Pakistani Prime Minister Imran Khan (L) and United States Institute of Peace President Nancy Lindborg (R) take part in a discussion at the United States Institute of Peace (USIP) in Washington, DC, on July 23, 2019. (Photo by Alastair Pike / AFP)
158 Views

ଇସାଲାମାବାଦ: ନିକଟରେ ଆମେରିକାର ଥିଙ୍କ ଟ୍ୟାଙ୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା କିଛି ମନ୍ତବ୍ୟ ଯଦିଓ ଆମେରିକାକୁ ଖୁସି କରାଇଛି, ହେଲେ ଏଥିପାଇଁ ନିଜ ଦେଶ ପାକିସ୍ତାନ ଆଗାମୀ ଦିନରେ ଫସିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ଇମ୍ରାନ ଥିଙ୍କ ଟ୍ୟାଙ୍କରେ ଯୋଗଦେଇ କହିଥିଲେ ଯେ ଆଫଗାନିସ୍ତାନ ଓ କଶ୍ମୀରରେ ପ୍ରଶିକ୍ଷିଣ ନେଇଥିବା ୩୦ରୁ ୪୦ ହଜାର ଆତଙ୍କବାଦୀ ପାକିସ୍ତାନରେ ଏବେ ବି ସକ୍ରିୟ ରହିଛନ୍ତି।

ବିଶ୍ୱରେ ଆତଙ୍କୀ ଫଣ୍ଡିଂ ବିରୋଧରେ କାମ କରୁଥିବା ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ (FATF) ଏହି ମନ୍ତବ୍ୟକୁ ଆଧାର କରି ଆଗାମୀ ଦିନରେ ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ଅକ୍ଚୋବରରେ ବସିବାକୁ ଥିବା ଏଫଏଟିଏଫ ବୈଠକରେ ମଧ୍ୟ ଭାରତ ଇମ୍ରାନଙ୍କ ଏହି ମନ୍ତବ୍ୟକୁ ପ୍ରମାଣ ସ୍ୱରୂପ ଉଲ୍ଲେଖ କରିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଏଫଏଟିଏଫ ପାକିସ୍ତାନର ଧାର୍ମିକ ଅନୁଷ୍ଠାନ ବିରୋଧରେ ଆତଙ୍କବାଦୀ ଫଣ୍ଡିଂ କରୁଥିବା ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେବେ ପାକିସ୍ତାନ ସେନାର ମୁଖପାତ୍ର ଜବାବରେ କହିଥିଲେ ତାଙ୍କ ଦେଶରେ କୌଣସି ଆତଙ୍କବାଦୀ ସଂଗଠନ ସକ୍ରିୟ ନାହିଁ।

ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କିନ୍ତୁ ୩୦ରୁ ୪୦ ହଜାର ଆତଙ୍କବାଦୀ ଥିବା ଆମେରିକାରେ ସ୍ୱୀକାର କରିଛନ୍ତି। ଯାହାକି ଆତଙ୍କବାଦୀ ସପକ୍ଷରେ ପାକିସ୍ତାନ ସରକାରର ଭୂମିକା ରହିଛି ବୋଲି ଜଣାପଡ଼ିଛି।

 ଯଦି ଏଫଏଟିଏଫ ଚାହିଁବ, ତା’ହେଲେ ଇମ୍ରାନଙ୍କ ଏହି ମନ୍ତବ୍ୟକୁ ନେଇ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଦେଇ ପାରିବ ବୋଲି ଜଣାପଡ଼ିଛି।

By amfnews

Related Post