Wed. Dec 25th, 2024

ଅନଲାଇନ କ୍ଲାସ ମାଧ୍ୟମରେ ବ୍ୟାଡମିଣ୍ଟନ ଶିକ୍ଷା ଦେଉଛନ୍ତି ଗୋପୀଚାନ୍ଦ

By amfnews Jul 25, 2020 #Featured
210 Views

ନୂଆଦିଲ୍ଲୀ, ଜୁଲାଇ ୨୫ : ଯଦି ଟୋକିଓ ଅଲିମ୍ପିକ୍ସ ଯୋଜନା ଅନୁଯାୟୀ ହୋଇଥାନ୍ତା ତେବେ ପୁଲେଲା ଗୋପିଚାନ୍ଦ ବର୍ତ୍ତମାନ ଟୋକିଓରେ ରହିଥାନ୍ତେ କିନ୍ତୁ ମହାମାରୀ କରୋନା ପାଇଁ ଏହାକୁ ଘୁଂଚାଇ ଦିଆଯିବାରୁ ଏବେ ଅନଲାଇନରେ ବ୍ୟାଡମିଣ୍ଟନ ଶିକ୍ଷା ଦେଉଛନ୍ତି । ମିଜୋରାମ ବ୍ୟାଡମିଣ୍ଟନ୍ ଇନିସିଏଟିଭ୍ ପିଲାମାନଙ୍କୁ ଅନଲାଇନ୍ ଶିକ୍ଷା ଦେବା ଆରମ୍ଭ କରିଛନ୍ତି ଗୋପୀଚାନ୍ଦ ।

 ଯଦିଓ ଅନଲାଇନ ଶିକ୍ଷା ଚ୍ୟାଲେଞ୍ଜିଂ, ଗୋପୀଚାନ୍ଦ ଏହି ଅନଲାଇନ୍ କ୍ଲାସରେ ବହୁତ ଖୁସି । “କୋଭିଡ କାରଣରୁ, ଆମେ ଆମର ପ୍ରଶିକ୍ଷଣର ବିଭିନ୍ନ ଦିଗ ପାଇଁ ଟେକ୍ନୋଲୋଜିର ଉତ୍ତମ ବ୍ୟବହାର କରିବାକୁ ଶିଖିଛୁ । ପିଲାମାନଙ୍କ ପାଇଁ ଅନଲାଇନ୍ କ୍ରୀଡା ତାଲିମ ଦେବା ପୂର୍ବରୁ ଏହା କଳ୍ପନା କରାଯାଇ ନଥିଲା । କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଏହି ନୂତନ ବିକଳ୍ପକୁ ଆପଣାଇଛୁ । ଜୁଲାଇ ୧୫ ତାରିଖରେ ଗୋପୀଚାନ୍ଦ ନିଜର ପ୍ରଥମ ଅନଲାଇନ କ୍ଲାସରେ ପିଲାମାନଙ୍କୁ ଫିଟ ରହିବା ଏବଂ ବ୍ୟାଡମିଣ୍ଟନ ଖେଳ ସମ୍ବନ୍ଧୀୟ କିଛି ଶିଖାଇଥିଲେ ।

ଏହା ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏକାଡେମୀ, ଉତ୍ତର ପୂର୍ବ ଇନିସିଏଟିଭ୍ ଡେଭଲପମେଣ୍ଟ ଏଜେନ୍ସି ଏବଂ ମିଜୋରାମ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ସହିତ ଟାଟା ଟ୍ରଷ୍ଟର ମିଳିତ ପଦକ୍ଷେପ ଯାହା ୨୦୧୮ ରେ ଆରମ୍ଭ ହୋଇଥିଲା ଯେଉଁଥିରେ ବର୍ତ୍ତମାନ ୮ ରୁ ୧୫ ବର୍ଷ ମଧ୍ୟରେ ୧୮୦୦ ରୁ ଅଧିକ ପିଲା ଅଛନ୍ତି । ଏହି ଅନଲାଇନ କ୍ଲାସ ଦ୍ୱାରା ପିଲାମାନଙ୍କର ଦକ୍ଷତା ବିକାଶ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା, ଏହି କ୍ଲାସଗୁଡିକ ପ୍ରତ୍ୟେକ ସୋମବାର, ବୁଧବାର ଏବଂ ଶୁକ୍ରବାର ସକାଳ ୭: ୩୦-୯: ୩୦ ମଧ୍ୟରେ ଅନୁଷ୍ଠିତ ହେଉଛି ବୋଲି ଟାଟା ଟ୍ରଷ୍ଟ ମୁଖପାତ୍ର କହିଛନ୍ତି । ଗୋପୀଚାନ୍ଦ ଏବଂ ତାଙ୍କ ଦଳ ସପ୍ତାହରେ ଗୋଟିଏ ଅଧିବେଶନ କରୁଥିବାବେଳେ ଅବଶିଷ୍ଟ ଅଧିବେଶନ ଗୁଡିକ ସ୍ଥାନୀୟ କୋଚଙ୍କ ଦ୍ୱାରା ପରିଚାଳିତ । ଏହି କୋଚମାନେ ମଧ୍ୟ ଗୋପୀଚାନ୍ଦଙ୍କ ଏକାଡେମୀ ଦ୍ୱାରା ତାଲିମ ପ୍ରାପ୍ତ ।

“ମିଜୋରାମରେ ଏହି ପ୍ରକଳ୍ପ ଅତୁଳନୀୟ, ସେଠାରେ ଥିବା ଖେଳାଳୀ ଏବଂ ପ୍ରତିଭା ଅତୁଳନୀୟ ଏବଂ ମୁଁ ସମସ୍ତଙ୍କୁ ଅନଲାଇନ୍ ଅଧିବେଶନରେ ଦେଖି ବହୁତ ଖୁସି ଅଟେ ବୋଲି ଗୋପୀଚାନ୍ଦ କହିଛନ୍ତି । ଏହା ସହ ବର୍ତ୍ତମାନଠାରୁ ମିଜୋରାମର ଖେଳାଳିମାନେ ଶ୍ରେଷ୍ଠ ପ୍ରର୍ଦଶନ କରିବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତା ହାସଲ କରିବେ ବୋଲି ସେ ଆଶା ରଖିଛନ୍ତି ।

By amfnews

Related Post