255 Views
ରାଜ୍ୟରେ ବଜ୍ରଘାତ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି । ଧନଜୀବନର ସୁରକ୍ଷା ପାଇଁ ବଜ୍ରାଘାତର ଆଗୁଆ ସତର୍କ ସୂଚନା କ୍ଷେତ୍ରରେ ଏକ ନୁଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ସରକାର। ସୁପର ସେନ୍ସର ମାଧ୍ୟମରେ ଆକାଶରେ ମେଘ ଢାଙ୍କିବା କ୍ଷଣି କେଉଁଠି ଓ କେତେବେଳେ ବଜ୍ରପାତ ହେବ ତାହା ଜଣାପଡ଼ିଯିବ । ଏଥିପାଇଁ ରାଜ୍ୟ ସରକାର ଓ ଆମେରିକାର ଆର୍ଥ ନେଟୱାର୍କ ନାମକ ଏକ ସଂସ୍ଥା ସହ ଆଲୋଚନା ସରିଛି । ଓଡ଼ିଶାରେ ଖୁବ୍ ଶୀଘ୍ର ଏହାର କାର୍ଯ୍ୟକାରୀ କରାଯିବ ।
ରାଜ୍ୟରେ ୨୦୧୭ରେ ବଜ୍ରଘାତ ନେଇଛି ୪୫୬ ଜୀବନ । ସୁପର ସେନ୍ସର ଜରିଆରେ ବଜ୍ରାଘାତର ୩୦ରୁ ୪୫ ମିନିଟ୍ ପୂର୍ବରୁ କେଉଁଠି ଏହା ଘଟିବ ଆର୍ଥ ନେଟୱର୍କ ସଂସ୍ଥା ଜଣାଇ ଦେଉଛି । ଦେଶର ବିଭିନ୍ନ ସ୍ଥାନରେ ଏହା ସଫଳ ହେବା ପରେ ଆଗାମୀ ଦିନରେ ଓଡ଼ିଶାରେ ଏହି ବ୍ୟବସ୍ଥା ପାଇଁ ଆଲୋଚନା ସରିଛି । ବଜ୍ରପାତ ସମେତ କାଳବୈଶାଖୀ, ଝଡ଼ତୋଫାନ, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ମଧ୍ୟ ଏହା ଦ୍ୱାରା ସୂଚନା ମିଳିପାରିବ ।