Sat. Mar 7th, 2026

ଅଦାଲତରେ ଆତ୍ମସମର୍ପଣ କଲେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

323 Views

ଏହ୍ଲାବାଦ (ଉତ୍ତରପ୍ରଦେଶ): ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଅଭିଯୁକ୍ତ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆଜି (ଶୁକ୍ରବାର) ମଧ୍ୟାହ୍ନରେ ଏହ୍ଲାବାଦ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଏହ୍ଲାବାଦ ଅଦାଲତରେ ଆତ୍ମସମର୍ପଣ କରିଥିବା ଉପ ମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କ ବିରୋଧରେ ଦୁଇଟି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲା ସମେତ ୧୦ ବର୍ଷ ତଳର ଏକ ଦୁର୍ଗା ପୂଜା ପଣ୍ଡାଲ କମିଟି ବିବାଦ ମାମଲା ରହିଥିଲା।
ତେବେ, ଏହ୍ଲାବାଦ ଅଦାଲତରେ ଆତ୍ମସମର୍ପଣ କରିବା ପରେ ଉପ ମୁଖ୍ୟମନ୍ତ୍ରୀ ମୌର୍ଯ୍ୟ ତାଙ୍କର ଜାମିନ ଆବେଦନ ଯାଚିକା ମଧ୍ୟ ଅଦାଲତରେ ଆଗତ କରିଛନ୍ତି। ଯାହାର ଶୁଣାଣି ଆଜି ଅପରାହ୍ଣରେ ହେବ ବୋଲି ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ଉପ ମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କ ବିରୋଧରେ ଦୁଇଟି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାର ବିଚାର ପାଇଁ ରାଜ୍ୟ ସରକାର ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ଫାଷ୍ଟଟ୍ରାକ୍‌ କୋର୍ଟର ମଧ୍ୟ ଗଠନ କରିଛନ୍ତି।

By amfnews

Related Post