Sun. Sep 29th, 2024

ଅଣାୟତ କରୋନା : 4 ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କଲା ରେଳ ମନ୍ତ୍ରଣାଳୟ

By amfnews May 3, 2021 #Featured
124 Views

ଭୁବନେଶ୍ୱର, ମେ 03 : ଦେଶରେ ସାଙ୍ଘାତିକ ହେଉଛି କରୋନା ସ୍ଥିତି । ଧିରେ ଧିରେ କରୋନା ସ୍ଥିତି ଅଣାୟତ ହେଲାଣି । ଏହାରି ଭିତରେ ରେଳଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । ରେଳଯାତ୍ରୀଙ୍କ ପାଇଁ 4 ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କରିଛି ରେଳ ମନ୍ତ୍ରଣାଳୟ । 

 ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । କରୋନା ସ୍ଥିତିର ମୁକାବିଲା ପାଇଁ ରେଳଯାତ୍ରୀଙ୍କ ପାଇଁ 4 ହଜାର ସ୍ୱତନ୍ତ୍ର ଆଇସୋଲେସନ କୋଚ ବ୍ୟବସ୍ଥା କରାଯାଇଛି । ଆଇସୋଲେସନ କୋଚରେ 64 ହଜାର ବେଡର ମଧ୍ୟ ବ୍ୟବସ୍ଥା ଥିବା ଜଣାପଡିଛି । ଦେଶରେ କୋଭିଡ ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଦେଶରେ ବଢୁଛି କରୋନା ସଂକ୍ରମଣ ସହ ବଢୁଛି ଭୟ । ଆଜି ଦେଶରେ 3 ଲକ୍ଷ 68 ହଜାର 147 ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହି ଗତ 24 ଘଣ୍ଟା ମଧ୍ୟରେ 3 ହଜାର 417 ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ମୋଟ 43 ଲକ୍ଷ 13 ହଜାର 642 ଆକ୍ଟିଭ କେସ ରହିଛି । 

By amfnews

Related Post