Fri. Apr 25th, 2025

ଅଣହିନ୍ଦୁ ଆଣିବାରୁ ବରାଦ ଖାଦ୍ୟ କ୍ୟାନ୍‌ସଲ୍‌ କଲେ ଗ୍ରାହକ

By amfnews Jul 31, 2019 #Featured
139 Views

ନୂଆଦିଲ୍ଲୀ: ଡେଲିଭରି ବୟ ହିନ୍ଦୁ ହୋଇ ନ ଥିବାରୁ ବରାଦ ଖାଦ୍ୟ କ୍ୟାନ୍‌ସଲ୍‌ କରିଥିବା ଜଣେ ଗ୍ରାହକଙ୍କୁ ଜୋମାଟୋ ଦେଇଥିବା ଜବାବ ସମ୍ପ୍ରତି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି।

ନିକଟ ଅତୀତରେ ଟୁଇଟର୍‌ ବ୍ୟବହାରକାରୀ ଅମିତ ଶୁକ୍ଳଙ୍କ ଜୋମାଟୋକୁ ଟୁଇଟ୍‌ କରିଥିଲେ, ଅଣହିନ୍ଦୁ ଡେଲିଭରି ବୟ ପଠାଇଥିବା କାରଣରୁ ମୁଁ ବରାଦ ଖାଦ୍ୟ କ୍ୟାନ୍‌ସଲ୍‌ କଲି। ଡେଲିଭରି ବୟ ବଦଳାଇ ହେବନାହିଁ କି, କ୍ୟାନ୍‌ସଲ୍‌ ପାଇଁ ଅର୍ଥ ଫେରସ୍ତ ଦିଆଯିବ ନାହିଁ ବୋଲି ସେମାନେ କହିଲେ। ମୁଁ କହିଲି ମୁଁ ଚାହୁଁ ନ ଥିବା ଜିନିଷର ଡେଲିଭରି ଗ୍ରହଣ କରିବାକୁ ମତେ ବାଧ୍ୟ କରିପାରିବେ ନାହିଁ। ମୁଁ ଅର୍ଥ ଫେରସ୍ତ ଚାହୁଁ ନାହିଁ, ଖାଲି ବରାଦ କ୍ୟାନ୍‌ସଲ୍‌ କରିବାକୁ ଚାହୁଁଛି।

ଏହାର ଉତ୍ତର ଦେଇ ଜୋମାଟୋ ଲେଖିଥିଲା: ଖାଦ୍ୟର ଧର୍ମ ନ ଥାଏ। ଖାଦ୍ୟ ଗୋଟାଏ ଧର୍ମ। ଜୋମାଟୋର ଏହି କଡ଼ା ଜବାବ ଅନ୍‌ଲାଇନ୍‌ରେ ସମସ୍ତଙ୍କ ହୃଦୟ ଜିଣିଛି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି: ଧର୍ମାନ୍ଧମାନଙ୍କ ବିରୋଧରେ ଛିଡ଼ା ହୋଇଥିବାରୁ ଜୋମାଟୋକୁ ଧନ୍ୟବାଦ। ଆଉ ଜଣେ ଲେଖିଛନ୍ତି, ସେ ଭଳି ଗ୍ରାହକମାନଙ୍କୁ ସବୁଦିନ ପାଇଁ ବ୍ଲକ୍‌ କରି ପାରିବେ କି, ଉଚିତ ଶିକ୍ଷା ପାଆନ୍ତେ। ଖାଦ୍ୟପ୍ରେମୀଙ୍କ ମଧ୍ୟରେ ଧର୍ମୀୟ ଘୃଣାର ସ୍ଥାନ ନାହିଁ।

ଜୋମାଟୋର ସଂସ୍ଥାପକ ବୀପିନ୍ଦର ଗୋୟଲ ମଧ୍ୟ ଟୁଇଟ୍‌ର ଜବାବ ଦେଇ ଲେଖିଛନ୍ତି: ଭାରତର ବିଚାରବୋଧ ଏବଂ ଆମର ମୂଲ୍ୟବାନ ଗ୍ରାହକ ଏବଂ ଅଂଶୀଦାରମାନଙ୍କର ବିବିଧତା ପାଇଁ ଆମେ ଗର୍ବିତ। ଆମ ନୈତିକତା ବିରୋଧ କରୁଥିବା ବ୍ୟବସାୟକୁ ହରାଇବାରେ ଆମେ ଦୁଃଖ କରିବୁ ନାହିଁ।

By amfnews

Related Post