Sat. Mar 7th, 2026

ଅଡୁଆରେ ଖାନ୍‌ ବ୍ରଦର୍ସ : ଅଚେତ ଥିବା ସମୟରେ ୩ ଭାଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

237 Views

ମୁମ୍ବାଇ : ବଲିଉଡ୍‌ରେ ଏବେ #ମି ଠୁ ଅଭିଯାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରେ ଅନେକ ବଡ଼ ବଡ଼ କଳାକାର ଫସିଥିବା ଦେଖା ଦେଇଛି । ଏବେ ଏହି ଅଭିଯାନର ଶିକାର ହୋଇଛନ୍ତି ଖାନ୍‌ ବ୍ରଦର୍ସ । ଅଭିନେତ୍ରୀ-ମଡ଼େଲ ତଥା ପୂର୍ବ ବିଗ୍‌ବସ୍‌ ପ୍ରତିଯୋଗୀ ପୂଜା ମିଶ୍ରା ସଲମାନ ଖାନ୍‌,ଅର୍‌ବାଜ ଖାନ୍‌ ଏବଂ ସୋହେଲ ଖାନ୍‌ଙ୍କ ଉପରେ ଦୁଷ୍କର୍ମର ଅଭିଯୋଗ ଆଣିବା ସହ ଦିଗ୍ଗଜ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ କଳା ଯାଦୁ କରିଥିବାର ଅଭିଯୋଗ ଆଣିଛନ୍ତି ।

ପୂଜା ଅଚେତ ଥିବା ଅବସ୍ଥାରେ ୩ଜଣ ଖାନ୍‌ ଭାଇ ମିଶି ହୋଟେଲ ରୁମ୍‌ରେ ଦୁଷ୍କର୍ମ କରିଥିବା ବେଳେ  ଶତ୍ରୁଘ୍ନ ସିହ୍ନା କଳା ଯାଦୁ କରି ତାଙ୍କ ଫୋନ ଏବଂ ଲାପ୍‌ଟପ୍‌ରୁ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଅନେକ ଆଇଡ଼ିଆ ଚୋରି କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ପୂଜା ।

By amfnews

Related Post