Tue. Nov 26th, 2024

ଅଜବ ଡ୍ୟାମ, ତଳକୁ ନ ଯାଇ ଉପରକୁ ଉଠେ ବସ୍ତୁ

By amfnews Jan 12, 2019 #Featured
101 Views

ନୂଆଦିଲ୍ଲୀ, ଜାନୁଆରୀ ୧୨:  ଆଜି ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ହେଉଛି ୧୯୩୬ରେ ନିର୍ମାଣ ହୋଇଥିବା ହୁଭର ଡ୍ୟାମ ବିଷୟରେ ।  କୁହାଯାଏ କି ଏଥିରେ କିଛି ଜିନିଷ ପକାଇଲେ ଏହା ପୁଣିଥରେ ଉପରକୁ ଆସିଯାଏ । କିନ୍ତୁ ଏହି କଥାକୁ ସବୁବେଳେ ଗୁଜବ ହିଁ କୁହା ଯାଇଥାଏ ।

ବୈଜ୍ଞାନିକମାନେ କିଛି ଦିନ ତଳେ ଏକ ଗବେଷଣାରୁ ଜାଣିବାକୁ ପାଇଲେ କି ଏହା ସତ୍ୟ ଅଟେ । ହୁଭର ଡ୍ୟାମର ଉପରକୁ ଯାଇ ଯଦି ବୋତଲରୁ ପାଣି ତଳକୁ ପକାଯାଏ ପାଣି ତଳେ ନପଡି ଉପରକୁ ଉଡେ । ବୈଜ୍ଞାନିକମାନେ ଏହା ପଛର କାରଣ ଜୋରରେ ଚାଲୁଥିବା ପବନ ଯୋଗୁଁ ହୁଏ ବୋଲି ମାନନ୍ତି ।

ଏକ ଗବେଷଜ୍ଞଙ୍କ କହିବାନୁସାରେ ଡ୍ୟାମରେ ପାଣି ବହିବା ସମୟରେ ପବନ ଉପରଆଡୁ ବହିଥାଏ, ଏହା ସହାୟତାରେ  ପାଣି ଗୁରୁତ୍ୱ ବଳର ସିଦ୍ଧାନ୍ତରେ ଆସିଯାଏ । ଯାହା ଫଳରେ ପାଣି ତଳ ଆଡୁ ନବହି ଉପରକୁ ଯାଇଥାଏ । କୋଲୋରୋଡୋ ନଦୀରେ ତିଆରି ହୋଇଥିବା ଏହି ଡ୍ୟାମ ଧନୁ ଆକାରର ଅଟେ ।

By amfnews

Related Post