Wed. Mar 11th, 2026

ଅଜଣା ଜନ୍ତୁ ଆତଙ୍କ: ୪୦ଟି ଛେଳିର ମୃତଦେହ ଉଦ୍ଧାର

265 Views

ଆସିକା : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ବାହାଡ଼ାଗୁଡ଼ା ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। କୌଣସି ଅଜଣା ଜନ୍ତୁ ଗାଁରେ ୪୦ଟି ଛେଳିଙ୍କୁ ମାରି ଦେଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଗାଁର ଗଙ୍ଗା ଗୌଡ଼ ନାମକ ଜଣେ ବ୍ୟକ୍ତି ତାଙ୍କ ଗୁହାଳରେ ଛେଳି ଗୁଡ଼ିକୁ ଛାଡ଼ି ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲରୁ ଫେରି ଦେଖିଲେ ଯେ,  ୪୦ଟି ଛେଳି ମରି ପଡ଼ିଛନ୍ତି। ସବୁ ଛେଳିଙ୍କର ତଣ୍ଟି ପାଖରେ କାମୁଡ଼ା ଚିହ୍ନ ଥିବା ଦେଖିବାକୁ ମିଳିଥିଲା। ତେବେ ଛେଳି ଗୁଡ଼ିକୁ କିଏ ମାରିଛି ବା କେମିତି ମରିଛନ୍ତି, କିଛି ଜଣାପଡ଼ିନି। କେବଳ ଲୋକେ ଆଲୋଚନା କରୁଛନ୍ତି ଯେ, ଏହା କୌଣସି ଅଜଣା ଜନ୍ତୁର କାଣ୍ଡ ବୋଲି କୁହାଯାଉଛି।

By amfnews

Related Post