Wed. Mar 11th, 2026

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ; ଜଣେ ଗୁରୁତର

196 Views

ସୋର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗଉଡୁଣୀ ପୋଖରୀ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ସନ୍ତୋଷ କୁମାର ରାଉତ। ତାଙ୍କ ଘର ବାଲେଶ୍ୱରସ୍ଥିତ ସୁନସାହୁପଡ଼ା ଅଞ୍ଚଳରେ।

ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ସନ୍ତୋଷ ତାଙ୍କ ବାଇକ୍‌ରେ ଜଣେ ସାଙ୍ଗକୁ ବସାଇ ବାଲେଶ୍ୱର ଯାଉଥିଲେ। ଏହି ସମୟରେ  ଗଉଡୁଣୀ  ପୋଖରୀ ନିକଟରେ ପଛପଟୁ ଏକ ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ଆହତ ଯୁବକଙ୍କୁ ଶେରଗଡ଼ ଟୁଲ୍‌ଗେଟ୍ କର୍ମଚାରୀ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଫେରାର ହୋଇଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post