Sun. Mar 8th, 2026

ଅଜଗର ଧରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିବା ପାକିସ୍ତାନୀ ପପ୍‌ ଗାୟିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ

201 Views

ନୂଆଦିଲ୍ଲୀ  : ଗୋଟାଏ ଅଜଗର ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଉଥିବାର ଭିଡିଓ ନିଜ ସାମାଜିକ ଗଣମାଧ୍ୟମ ପେଜ୍‌ରେ ଅପ୍‌ଲୋଡ୍‌ କରିବା ପରେ ଲାହୋର୍‌ସ୍ଥିତ ବିୟୁଟି ସେଲୁନ୍‌ରେ ବିଦେଶୀ ଜନ୍ତୁ ରଖିଥିବା କାରଣରୁ ଜଣେ ପାକିସ୍ତାନୀ ପପ୍‌ ଗାୟିକାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଭିଡିଓରେ ଉପସ୍ଥାପକ ପାଲଟି ଥିବା ଗାୟିକା ରାବି ପିର୍ଜାଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇ କହିଛନ୍ତି ଯେ ଗୋଟାଏ କୁମ୍ଭୀର, ଚାରିଟି ଅଜଗର ଏବଂ ସାପଗୁଡ଼ିକ ହେଉଛି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର। ଏମାନେ ତାଙ୍କୁ ଖାଇବେ।

Rabi Pirzada

@Rabipirzada

Here u go https://youtu.be/5n_k8F805EI 

 YouTube ‎@YouTube

ସେ ଆହୁରି କହିଛନ୍ତି: ମୁଁ ଜଣେ କଶ୍ମୀରୀ ମହିଳା ଭାରତ ପାଇଁ ସାପ ରଖିଛି। ପ୍ରକୃତରେ ଏ ଉପହାର ମୋଦୀଙ୍କ ପାଇଁ। ଆପଣ କଶ୍ମୀରୀମାନଙ୍କୁ ହଇରାଣ କରୁଛନ୍ତି ତେଣୁ ଆପଣଙ୍କ ପାଇଁ ଏଇଆ ସଜ କରି ରଖିଛି। ନରକରେ ମରିବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ, ହେଲା? ମୋର ଏଇ ସାଙ୍ଗମାନେ ଆପଣଙ୍କୁ ନରକରେ ଖାଇବେ।

ରାବି ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଅପ୍‌ଲୋଡ୍‌ କରିଥିବା ଏହି ଭିଡିଓକୁ ଗୋଟାଏ ପ୍ରାଇଭେଟ୍‌ ଚାନେଲ୍‌ ପ୍ରସାରଣ କରିବା ପରେ ପଞ୍ଜାବ ବନ୍ୟ ପ୍ରାଣୀ ସୁରକ୍ଷା ଏବଂ ଉଦ୍ୟାନ ବିଭାଗ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।
ବନ୍ୟପ୍ରାଣୀ ଆଇନ ଉଲ୍ଲଂଘନ କରିଥିବା ଦୋଷରୁ ରାବି ପିର୍ଜାଦାଙ୍କ ବିରୋଧରେ ସ୍ଥାନୀୟ ଲାହୋର ଅଦାଲତରେ ଚାଲାଲ ଦାଏର୍‌ କରାଯାଇଛି।

By amfnews

Related Post