Sat. Mar 7th, 2026

ଅଗ୍ନିକାଣ୍ଡ ପରେ ସ୍ୱାଭାବିକ ହେଉଛି ବିଏସ୍ଏନ୍ଏଲ୍ ସେବା

195 Views

କଟକ : କଟକ ବଜ୍ରକବାଟୀ ରୋଡ୍ ସ୍ଥିତ ବିଏସ୍ଏନ୍‌ଏଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ ପରେ ରାଜ୍ୟର କିଛି ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ପ୍ରଭାବିତ ହୋଇଥିଲା। ବିଶେଷ କରି କଟକ ଜିଲ୍ଲା ସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଟେଲିଫୋନ୍‌ ସେବା ସହ ଇଣ୍ଟରନେଟ୍ ଓ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଥିଲା।

ଗୁରୁବାର ରାତି ଠାରୁ କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଆଦି ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଗୁଡ଼ିକରେ ଇଣ୍ଟରନେଟ୍ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଉଦ୍ୟମ ଚାଲିଛି ବୋଲି ବିଏସ୍ଏନ୍‌ଏଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଏସ୍ଏନ୍‌ଏଲର ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି,“ ଏହି ଅଗ୍ନିକାଣ୍ଡ ଯୋଗୁ ଲକ୍ଷେ ଟଙ୍କା ଭିତରେ କ୍ଷୟକ୍ଷତି ହୋଇଛି। ସର୍ଟସର୍କିଟ ଯୋଗୁ ପାୱାର କେବୁଲ ଗୁଡ଼ିକ ପୋଡ଼ି ଯାଇଛି। ଲ୍ୟାଣ୍ଡ୍‌ ଲାଇନ୍ ସେବା ଦିନେରୁ ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ ହେବ।” ସୂଚନାଯୋଗ୍ୟ, ଗତ ଗୁରୁବାର କଟକ ବଜ୍ରକବାଟୀ ରୋଡ୍‌ ସ୍ଥିତି ବିଏସ୍ଏନ୍ଏଲ୍ ଅଫିସ୍‌ର ଚତୁର୍ଥ ମହଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

By amfnews

Related Post