Sat. Mar 7th, 2026

ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି: ମଧ୍ୟସ୍ଥି ସୁସେନ୍‌ ମୋହନ ଗୁପ୍ତା ଇଡି ହାତରେ ଗିରଫ

303 Views

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି (ମଙ୍ଗଳବାର) ସୁସେନ୍‌ ମୋହନ ଗୁପ୍ତାଙ୍କୁ ଗିରଫ କରିଛି। ଇଡି ହାତରେ ଗିରଫ ହୋଇଥିବା ସୁସେନ୍‌ ମୋହନ ଗୁପ୍ତା ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଘଟଣାରେ ଜଣେ ଜଣେ ମଧ୍ୟସ୍ଥି ଥିଲେ। ଗିରଫ ସୁସେନ୍‌ଙ୍କୁ ଇଡି କର୍ତ୍ତୃପକ୍ଷ ଆଜି ଅପରାହ୍ଣରେ ଦିଲ୍ଲୀର ପାଟିଆଲା ହାଉସ କୋର୍ଟରେ ହାଜର କରାଇବେ ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୁତ୍ରରୁ ଜଣାପଡ଼ିଛି ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ପୂର୍ବ ଉପା ସରକାରରେ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅଗସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଯାଇଥିଲା। ପରେ ଏହି କାରବାରରେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣା ପଡ଼ିବା ଏବେ ଏହି ଘଟଣାର ତଦନ୍ତ ସିବିଆଇ କରୁଛି। ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ମଧ୍ୟସ୍ଥି ମାଇକେଲ ଖ୍ରୀଷ୍ଟିୟାନଙ୍କୁ ସିବିଆଇ ଦୁବାଇରୁ ଗିରଫ କରି ଭାରତ ଆଣିଛି। ଏବଂ ମାଇକେଲ ଖ୍ରୀଷ୍ଟିୟାନ ଏବେ ଜେଲରେ ଅଛନ୍ତି।

By amfnews

Related Post