Sun. Mar 8th, 2026

ଅଗଷ୍ଟ ୫ ପୂର୍ବରୁ କଶ୍ମୀରରେ ଗୋଳିଆ ପରିସ୍ଥିତି ଥିଲା: ଜୟଶଙ୍କର

182 Views

ନ୍ୟୁୟର୍କ  :  ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କାହିଁକି ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକ ଲଗାଯାଇଛି? ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଧାରା ୩୭୦ ଉଚ୍ଛେଦ ପୂର୍ବରୁ କଶ୍ମୀର ଗୋଳିଆ ପରିସ୍ଥିତିରେ ଥିଲା। ଏହାପରେ ବିଭିନ୍ନ ସ୍ଥାନରେ କଟକଣା ଲଗାଯାଇଥିଲା। କଟକଣା ଲଗାଇବାର ଉଦ୍ଦେଶ୍ୟ ଥିଲା ଯେମିତି ଏହି ପ୍ରସଙ୍ଗରେ କୌଣସି ହିଂସା କିମ୍ୱା ମୃତ୍ୟୁ ନହେଉ। ଉଦାହରଣ ଦେବାକୁ ଯାଇ ଜୟଶଙ୍କର ୨୦୧୬ ମସିହାରେ ଆତଙ୍କବାଦୀ ବୁରହନ ଓ୍ୱାନି ମୃତ୍ୟୁ ବାବଦରେ କହିଥିଲେ। ସେ କହିଛନ୍ତି ଏହି ଆତଙ୍କବାଦୀର ମୃତ୍ୟୁ ପରେ ଜମ୍ମୁ କଶ୍ମୀରରେ ହିଂସା ଦେଖିବାକୁ ମିଳିଥିଲା। ତେଣୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ବିଭିନ୍ନ ସ୍ଥାନରେ କଟକଣା ଲଗାଇଥିଲେ ବୋଲି ଜୟଶଙ୍କର କହିଛନ୍ତି।

୩୦ ବର୍ଷ ଭିତରେ ଏଯାବତ୍ ୪୨, ୦୦୦ ଲୋକଙ୍କ ମୃତ୍ୟୁ ଘଟିଛି ଆତଙ୍କବାଦୀଙ୍କ ପାଇଁ। ସ୍ଥିତି ଏମିତି ରହିଛି ଯେ ପୁଲିସ ଅଧିକାରୀଙ୍କୁ ମଧ୍ୟ ଶ୍ରୀନଗର ରାସ୍ତାରେ ହତ୍ୟାର ଶିକାର ହୋଇଛନ୍ତି। ଯେଉଁ ସାମ୍ୱାଦିକମାନେ ବିଚ୍ଛିନ୍ନତାବାଦୀ ନେତାଙ୍କ ବାବଦରେ ଲେଖୁଥିଲେ ସେମାନେ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି, ନହେଲେ ଅପହରଣ ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ଏହି ଅବସରରେ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଚେଦ ହେବା ପରେ ହିଂସା ଆଶଙ୍କା କରି ଅଗଷ୍ଟ ୫ରେ ବିଭିନ୍ନ ସ୍ଥାନରେ କଟକଣା ଲଗାଇଥିଲା କେନ୍ଦ୍ର। ଯାହାକୁ ପାକିସ୍ତାନ ବେଆଇନ ଭାବରେ ଅସାମ୍ୱିଧାନିକ ବୋଲି କହି ଅନ୍ତର୍ଜାତୀକ ପ୍ରସଙ୍ଗ କରିଥିଲା। ପାକିସ୍ତାନ ଯେଉଁ ଉଦ୍ଦେଶ୍ୟରେ କଶ୍ମୀରକୁ ପ୍ରସଙ୍ଗ କରିଥିଲା ତାହା ସମ୍ପୂର୍ଣ୍ଣ ବିଫଳ ହୋଇସାରିଛି।

By amfnews

Related Post