Sat. Mar 7th, 2026

ଅଗରବତି ମେସିନ୍‌ ଦେବା ନାଁରେ ଠକେଇ

319 Views

ଭୁବନେଶ୍ବର, ଡିସେମ୍ବର ୦୧ : ଅଗରବତି ମେସିନ୍‌ ଦେବା ନାଁରେ ଠକେଇ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ସଂସ୍ଥାର ପରିଚାଳନା ନିର୍ଦେଶକକୁ ଗିରଫ କରିଛି। ସେ‌ ହେଲେ ଜଙ୍କିଆ ଅଞ୍ଚଳର ମାନସ ରଂଜନ ଦାସ(୨୮) ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ମାନସ ଏଠାରେ ହାଇଟେକ୍‌ କଲେଜ ନିକଟରେ ସଂସ୍ଥା ଆରମ୍ଭ କରିଥିଲେ। ୨୦୧୭ ଡିସେମ୍ବର ମାସରେ ନୟାଗଡ଼ ଶରଣକୂଳ ଅଞ୍ଚଳର ଶ୍ରୀନାଥ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଅଗରବତି ମେସିନ୍‌ ଦେବା ପାଇଁ ୪ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ।

‌ତେବେ ଟଙ୍କା ନେବାର କିଛିମାସ ପରେ ମାନସ ଶ୍ରୀନାଥଙ୍କୁ ତିନୋଟି ମେସିନ୍‌ ଦେଇଥିଲେ। ଯାହାର ମୂଲ୍ୟ ୩ଲକ୍ଷ ୨୬ ହଜାର ଟଙ୍କା। ‌ ଅବଶିଷ୍ଟ ଏକ ଲକ୍ଷ ୨୪ ହଜାର ଟଙ୍କା ଶ୍ରୀନାଥଙ୍କୁ ଫେରାଇ ନଥିଲେ କି ମେସିନ୍‌ ଦେଇ ନଥିଲେ। ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଏପରିକି ଶ୍ରୀନାଥଙ୍କୁ ଧମକ ଚମକ ଦେଇଥିଲେ। ଏନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ରାତିରେ ପୁଲିସ ମାନସ ଅଫିସ୍‌ରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

By amfnews

Related Post