Sat. Nov 23rd, 2024

ଅକ୍ସିଜେନ ପାଇଁ ଦିଲ୍ଲୀରେ ହାହାକାର ସବୁରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ କଲେ ନିବେଦନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

By amfnews Apr 25, 2021 #Featured
196 Views

ନୁଆଦିଲ୍ଲୀ,ଏପ୍ରିଲ୨୪ ; ଦିଲ୍ଲୀର ମେଡିକାଲ ମାନଙ୍କରେ ଦେଖଯାଇଥିବା ଅକ୍ସିଜେନ ଅଭାବର ଭଳି ଆସନ୍ନ ବିପତି ସମୟରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିଠି ଲେଖି ଯଦି କିଛି ବଳକା ଅକ୍ସିଜେନ ଅଛି ଦିଲ୍ଲୀକୁ ଦେବାକୁ ସେ ମାଗିଛନ୍ତି । 

ଦିଲ୍ଲୀର ଏହିପରି କରୁଣ ସମୟରେ ଅକ୍ସିଜେନ ଅଭାବରୁ ଦିଲ୍ଲୀର ଗିଟିବି ଏବଂ ରାଜିବ ଗାନ୍ଧୀ ମେଡିକାଲର ବେଡରୁ ୫୦ ଭାଗ କମାଇ ଦିଆଯାଇଛି । ଅକ୍ସିଜେନର ବହୁଳ ଅଭାବରେ ଦିଲ୍ଲୀର ଡାକ୍ତରମାନେ ସୋସିଆଲ ମିଡିଆରେ ମେସେଜ କରିବା ଜାରି ରଖିଛନ୍ତି । ଏଥିରୁ ଦିଲ୍ଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଭାବରେ ଭୁଷୁଡି ପଡିଛି ତାହା ଅନୁମାନ କରିବା ସହଜ ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଜି କହିଛନ୍ତି ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଅନୁରୋଧ କରୁଛି ଯଦି ସେମାନଙ୍କ ପାଖରେ ବଳକା ଅକ୍ସିଜେନ ଅଛି ତାହାକୁ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ । 

ତାଙ୍କ ପତ୍ରରେ ସେ କହିଛନ୍ତି ଦିଲ୍ଲୀରେ କୌଣଷି ଅକ୍ସିଜେନ ଉତ୍ପାଦନ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସାହାଯ୍ୟ ମଧ୍ୟ ଅବାବ ପଡୁଛି । ଏହିଭଳି ବିଷମ ପରିସ୍ଥିତିରେ କୌଣଷି ପ୍ରକାରେ ଦିଲ୍ଲୀକୁ ସାହାଯ୍ୟ କରିବାକୁ ସେ କହିଛନ୍ତି ।

By amfnews

Related Post