Sun. Mar 8th, 2026

ଅକ୍ଷରଧାମ ମନ୍ଦିର ନିକଟରେ ଦିଲ୍ଲୀ ପୁଲିସ ଟିମ୍‌ ଉପରକୁ ଗୁଳି ଚଳାଇଲେ ଚାରି ଅପରାଧୀ

178 Views

ନୂଆଦିଲ୍ଲୀ: ରବିବାର ଦିନ ଅକ୍ଷରଧାମ ମନ୍ଦିର ନିକଟରେ ଦିଲ୍ଲୀ ପୁଲିସ ଏବଂ କେତେକ ଅଜ୍ଞାତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଯାଉଥିବା ଗୋଟାଏ ଧଳା କାର୍‌କୁ ଯାଞ୍ଚ ନିମନ୍ତେ ଅଟକିବାକୁ କହିବାରୁ ସେଥିରେ ଥିବା ଚାରି ଜଣ ଅପରାଧୀ ପୁଲିସ ଟିମ୍‌ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ପୁଲିସ ପାଲଟା ଗୁଳି ଚଳାଇବାରୁ ଅପରାଧୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ସେମାନେ ଗୀତା କଲୋନି ଆଡ଼କୁ ଯାଇଛନ୍ତି ବୋଲି କୁହାଯାଉଛି। ସେମାନଙ୍କୁ ଧରିବାକୁ ପୁଲିସ ଅଭିଯାନ ଆରମ୍ଭ କରିଛି। ଘଟଣାରେ କେହି ମୃତାହତ ହୋଇ ନ ଥିବା ପ୍ରକାଶ।

By amfnews

Related Post