151 Views
କେଦାରନାଥ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧ୍ୟାନ ଗୁମ୍ଫାରେ ପୁରା ରାତି ସାଧନା ପରେ ଏବେ ଏହି ଗୁମ୍ଫାର ଚାହିଦା ବଢିଯାଇଛି | ଦେଶ-ବିଦେଶରେ ମୋଦୀଙ୍କ ଧ୍ୟାନ ଏତେ ଚର୍ଚ୍ଚା ସୃଷ୍ଟି କରିଛି ଯେ ପର୍ଯ୍ୟଟକ ବି ଏହି ଗୁମ୍ଫାକୁ ଦେଖିବାକୁ ଆସୁଛନ୍ତି | ଏମିତିକି କିଛି ପର୍ଯ୍ୟଟକ ଧ୍ୟାନ କରିବାକୁ ଏହି ଗୁମ୍ଫାକୁ ବୁକିଂ ମଧ୍ୟ କରିସାରିଲେଣି | ଆଗାମୀ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ଏହି ଗୁମ୍ଫାର ବୁକିଂ ସରିଯାଇଛି |
ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ପ୍ରମାଣପତ୍ର ପରେ ହିଁ ଏହି ଗୁମ୍ଫାରେ ଜଣେ ଧ୍ୟାନ କରିପାରିବ | ଏହି ଗୁମ୍ଫାରେ ଗୋଟିଏ ଦିନ ଧ୍ୟାନ କରିବାକୁ ୯୯୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଏହି ଗୁମ୍ଫାରେ ଖଟ, ଶୌଚାଳୟ, ଟେଲିଫୋନ ଭଳିଆ ଆଧୁନିକ ସୁବିଧା ଉପଲବ୍ଧ ଅଛି | ମେ ୧୮ ତାରିଖରେ ମୋଦି କେଦାରନାଥର ଏହି ଗୁମ୍ଫାରେ ୧୭ ଘଣ୍ଟା ଧରି ଧ୍ୟାନ କରିଥିଲେ |