Sat. Mar 7th, 2026

ଅକ୍ଟୋବର ମାସରେ ଭାରତରେ ସବୁଠୁ ଅଧିକ # ମି ଠୁ ପ୍ରସଙ୍ଗ ଉଠିଛି

178 Views

ନୂଆଦିଲ୍ଲୀ, ନଭେମ୍ବର ୦୧: ଗତ ଅକ୍ଟୋବର ମାସରେ ଭାତରେ ସର୍ବାଧିକ # ମିି ଠୁ ଆନ୍ଦୋଳନ ପ୍ରସଙ୍ଗ ଉଠିଥିବା କଥା ବିଗ୍‌ ଡାଟା ଆନାଲିଟିକ୍ସ୍‍ ତଥା ଗ୍ଲୋବାଲ୍‌ ମିଡିଆ ଇଣ୍ଟେଲିଜେନ୍‌ସ୍‌ ‘ମେଲ୍‌ଟ୍‌ଓ୍ଵାଟର୍‌’ କହିଛି। ଗତ ମାସରେ ଏହି ଆନ୍ଦୋଳନ ତା’ର ଶୀର୍ଷରେ ପହଞ୍ଚିଥିବା ବେଳେ ସମଗ୍ର ବିଶ୍ୱ ମାମଲାରୁ କେବଳ ଭାରତରେ ୨୫% ରହିଥିବା ବେଳେ ତା’ପଛକୁ ୨୨% ଥାଇ ଦ୍ୱିତୀୟରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା।

‘ମେଲ୍‌ଟ୍‌ଓ୍ଵାଟର୍‌’ କହିବା ଅନୁସାରେ, # ମି ଠୁ ଆନ୍ଦୋଳନ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାର ମନୋରଞ୍ଜନ ଶିଳ୍ପ ହଲିଉଡ୍‌ରେ କେତେକ ଜନପ୍ରିୟ ନିର୍ଦେଶକ, ଏଜେଣ୍ଟ୍‌, ସଙ୍ଗୀତକାର ଏବଂ ଅଭିନେତାଙ୍କ ବ୍ୟଭିଚାର କଥା ପଦାରେ ପକାଇ ନାଁ କରିଥିଲା। ପରେ ପରେ, ଏହା ସମଗ୍ର ବିଶ୍ୱକୁ ବ୍ୟାପିଯାଇ ଗ୍ରହଣୀୟ ହେଲା। ଏଥିଯୋଗୁଁ ଭାରତ ସରକାରଙ୍କର ଜଣେ ମନ୍ତ୍ରୀ ମଧ୍ୟ ତାଙ୍କର ପଦବୀ ହରାଇଛନ୍ତି।

ଏ ବର୍ଷ ଅକ୍ଟୋବର ୧ ରୁ ୩୦ ମଧ୍ୟରେ ସଂଗୃହୀତ ତଥ୍ୟାବଳୀରୁ ଜଣାପଡ଼େ ଭାରତରେ ଏହି ଆନ୍ଦୋଳନ ନୂଆ କରି ପ୍ରବେଶ କରିବାବେଳେ ତାହା ସମ୍ପାଦକୀୟ ଖବରରେ ୨୮, ୯୦୦ ଥର ଛାପା ଯାଇଥିଲା। ସେଥିରୁ ୯୫% ଅକ୍ଟୋବର ମଧ୍ୟ ସପ୍ତାହ ଅର୍ଥାତ୍‌ ୧୦ ରୁ ୧୮ ଯାଏଁ ଏହି ଆନ୍ଦୋଳନ ଶୀର୍ଷରେ ପହଞ୍ଚିଥିଲା।

‘ମେଲ୍‌ଟ୍‌ଓ୍ଵାଟର୍‌’ ଡାଟା କହେ କି, ମିଁ ଠୁଉ ସଂକ୍ରାନ୍ତ ବିଶ୍ୱ ଖବରଧାରାରେ ଭାରତରେ ଏହା ୪୯, ୦୦୦ ଥର ଖବରକାଗଜ ପୃଷ୍ଠା ମଣ୍ଡନ କରିଛି। # ମି ଠୁ ଶିରୋନାମା ସହ ଜନପ୍ରିୟ ହୋଇଥିବା ‘ଯୌନ ଆକ୍ରମଣ’ ଏବଂ ‘ଯୌନ ଉତ୍ପୀଡ଼ନ’ ବିଷୟ ଖବର ଯଥାକ୍ରମେ ୨୯, ୦୦୦ ଏବଂ ୨୭୦୦୦ ଥର ଉଲ୍ଲେଖ କରାଯାଇଥିଲା।

By amfnews

Related Post