ରାଉରକେଲା, ୨୫ା୧୨ : ଆର୍ଏସ୍ପିର ନୂତନ ପ୍ଲେଟ୍ ମିଲ୍ ସାମୁଦାୟିକ ନିଜସ୍ୱ ବୈଷୟିକ ଦକ୍ଷତାର ଉପଯୋଗ କରି ମିଲ୍ରେ ସ୍ୱାଭାବିକ ଉତ୍ପାଦନ ଧାରାକୁ ଫେରାଇ ଆଣିଛନ୍ତି । ନୂତନ ପ୍ଲେଟ୍ ମିଲ୍ରେ ସ୍ୱାଭାବିକ ଉତ୍ପାଦନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ସକାଳେ ଟପ୍ ବ୍ରେକ୍ ଅପ୍ ସିଲିଣ୍ଡରର କ୍ରସ୍ ବିମ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହି ବ୍ରେକ୍ ଡାଉନ୍ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଥିଲା । ନୂତନ ପ୍ଲେଟ୍ ମିଲ୍ ସାମୁଦାୟିକ ଉଚିତ୍ ପ୍ରତିବଦ୍ଧତା ପ୍ରଦର୍ଶନ କରି ୪୮ ଘଣ୍ଟା ମଧ୍ୟରେ ମିଲ୍କୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିଥିଲେ ।
ସାମୁଦାୟିକ ନିଜସ୍ୱ ସମ୍ବଳର ଉପଯୋଗ ତଥା ସହଯୋଗୀ ବିଭାଗର ସହାୟତାରେ କ୍ଷତିଗ୍ରସ୍ତ ବିମ୍ର ମରାମତି ସମ୍ପନ୍ନ କରିବା ଏବଂ ତାକୁ ନିର୍ଦ୍ଧାରିତ ସ୍ଥାନରେ ପ୍ରତ୍ୟାରୋପଣ କରିଥିଲେ । ଉଲ୍ଲେଖନୀୟ ଯେ, ବିଭିନ୍ନ ମରାମତି କାର୍ଯ୍ୟ ପାଇଁ ନୂତନ ପ୍ଲେଟ୍ ମିଲ୍କୁ ଡିସେମ୍ବର ୨୫ ତାରିଖରେ ସଟ୍ ଡାଉନ୍ କରିବା ପୂର୍ବ ନିର୍ଦ୍ଧାରିତ ଥିଲା । ସମସ୍ତ ମରାମତି କାର୍ଯ୍ୟ ଗତ ୨୩ ତାରିଖରେ ସମ୍ପନ୍ନ କରାଯାଇଥିଲା । ଏହାଦ୍ୱାରା ଡିସେମ୍ବର ୨୫ ତାରିଖରେ ଆଉ ସଟ୍ ଡାଉନ୍ କରିବା ଆବଶ୍ୟକ ହୋବନାହିଁ । ଏଥିସହ ଏକ ନୂତନ ବିମ୍ର ଫେବ୍ରିକେସନ ଓ ମେସିନିଂ କାର୍ଯ୍ୟ ଆର୍ଏସ୍ପି ସପ୍ସ କମ୍ପେ୍ଲକ୍ସରେ ଆରମ୍ଭ ହୋଇଛି, ଯାହା ପରବର୍ତ୍ତୀ ସଟ୍ ଡାଉନ ବେଳେ ଉପରୋକ୍ତ ବିମ୍ ବଦଳରେ ସ୍ଥାପନ କରାଯିବ ।
ମିଲ୍ରେ ସ୍ୱାଭାବିକ ଅବସ୍ଥା ଫେରି ଆସିବା ସହ ନୂତନ ପ୍ଲେଟ୍ ମିଲ୍ ସାମୁଦାୟିକ ଉତ୍ପାଦନରେ ବୃଦ୍ଧି ପାଇଁ ବଦ୍ଧପରିକର ହୋଇଛନ୍ତି ଏବଂ ଡିସେମ୍ବର ମାସରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସୂଚନାଯୋଗ୍ୟ ଯେ, ନୂତନ ପ୍ଲେଟ୍ ମିଲ୍ ଆର୍ଏସ୍ପିର ପ୍ରମୁଖ ୟୁନିଟ୍ । ନିର୍ଦ୍ଦିଷ୍ଟ ବଜାର ନିମନ୍ତେ ଉଚ୍ଚମାନର ପ୍ଲେଟ୍ ଉତ୍ପାଦନ କରୁଛି । ଚଳିତ ବର୍ଷର ପ୍ରଥମ ୮ ମାସରେ ମିଲ୍ ୫୪୮୮୬୭ ଟନ୍ ପ୍ଲେଟ୍ ଉତ୍ପାଦନ କରିଛି, ଯାହା ମିଲ୍ର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ । ଏ କ୍ଷେତ୍ରରେ ମିଲ୍ ଅନୁରୂପ ପୂର୍ବ ବର୍ଷ ତୁଳନାରେ ୭.୬% ଅଭିବୃଦ୍ଧି ହାସଲ କରିଛି । ନୂତନ ପ୍ଲେଟ୍ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ ହାସଲ କରିବା ସହ ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗେଇ ଚାଲିଛି ।