Thu. Dec 26th, 2024

RMC ପକ୍ଷରୁ ବାହ୍ୟ ଶୌଚମୁକ୍ତ ଘୋଷଣା ସମାରୋହ ଅନୁଷ୍ଠିତ ୬ ସ୍ୱୟଂସହାୟକ ଗୋଷ୍ଠୀ ସହ ଏମ୍ଓୟୁ ସ୍ୱାକ୍ଷରିତ

By amfnews Jan 1, 2019 #Featured
206 Views

ରାଉରକେଲା, ୧ା୧  : RMC ପକ୍ଷରୁ ବାହ୍ୟ ଶୌଚମୁକ୍ତ ଘୋଷଣା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଗୋଷ୍ଠୀ ଶୌଚାଳୟ ପରିଚାଳନା ପାଇଁ ୬ଟି ଏସ୍ଏଚ୍ଜି ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମ ଠାରେ ଆୟୋଜିତ ଉତ୍ସବରେ ଆର୍ଏମ୍ସି କମିଶନର ସ୍ୱାଗତ ଭାଷଣରେ ସ୍ମାର୍ଟସିଟିର ୩ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବସବାସ କରୁଥିବା ବେଳେ ୭୦ ହଜାର ବାସଗୃହ ରହିଛି । ଏଠାରେ ୫ ହଜାର ୧୮୬ଟି ବ୍ୟକ୍ତି ଶୌଚାଳୟ ନିର୍ମାଣ ପାଇଁ ସ୍ୱଚ୍ଛ ଭାରତ ମିଶନ ଲକ୍ଷ୍ୟ ରଖିଥିବା ବେଳେ ୪ ହଜାର ୨୯୦ଟି ବ୍ୟକ୍ତିଗତ ଶୌଚାଳୟ ନିର୍ମିତ ହୋଇଛି । ଅବଶିଷ୍ଟ ନିର୍ମାଣର ଶେଷ ପର୍ଯ୍ୟାୟରେ ରହିଛି ।

ତେଣୁ ବାସିନ୍ଦାମାନେ ବର୍ତ୍ତମାନ ଗୋଷ୍ଠୀ ଶୌଚାଳୟ ବ୍ୟବହାର କରୁଛନ୍ତି । ଆର୍ଏମ୍ସି ପକ୍ଷରୁ ବସ୍ତିଗୁଡିକରେ ୬୪ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ ସହ ସହରର ପ୍ରମୁଖ ସ୍ଥାନରେ ୫୩ଟି ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ଆର୍ଏମ୍ସି କମିଶନର ରଶ୍ମୀତା ପଣ୍ଡା ସୂଚନା ଦେଇଛନ୍ତି । ତେବେ ଏହି ସଫଳତା ଜନସାଧାରଣ, ତଦାରଖ କମିଟି ଓ ଏସ୍ଏଚ୍ଜିର ସହଯୋଗ ଯୋଗୁଁ ହୋଇପାରିଛି । ଏମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ବୈଠକ ଜରିଆରେ ସୃଷ୍ଟି କରିଥିଲେ । ତଦାରଖ କମିଟି ଓ ଏସ୍ଏଚ୍ଜି ପାଇଁ ଏହି ସଫଳତା ମିଳିଥିବାରୁ ସେମାନଙ୍କୁ ନିଜ ନିଜ ୱାର୍ଡ ପରିମଳ କମିଟି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି ।

ରାଜଗାଙ୍ଗପୁର ବିଧାୟକ ମଙ୍ଗଳ କିସାନ ଅତିଥି ଭାବେ ଯୋଗ ଦେଇ ଆର୍ଏମ୍ସିରେ ମୌଳିକ ସେବାର ଉନ୍ନତି ହୋଇଛି ବୋଲି କହିଥିଲେ । ଆର୍ଏମ୍ସିରେ ସାମିଲ୍ ଥିବା ଝାଡତରଙ୍ଗ ସମେତ ଅନ୍ୟ ଅଞ୍ଚଳବାସୀଙ୍କ ପାନୀୟ ଜଳ ଓ ବିଭିନ୍ନ ମୌଳିକ ସେବାର ବିକାଶ ଉପରେ ଧ୍ୟାନ ଦେବାକୁ ଶ୍ରୀ କିସାନ ପରାମର୍ଶ ଦେଇଥିଲେ । ଆର୍ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଭଲ ଅଧିକାରୀଙ୍କ ସହ ଜନସାଧାରଣଙ୍କ ସହଯୋଗ ରହିଲେ ସ୍ୱଚ୍ଛ ସୁନ୍ଦର ରାଉରକେଲାର ବାର୍ତ୍ତା ଅଧିକ ସୁଦୃଢ ତଥା ସଫଳ ହୋଇପାରିବ ବୋଲି କହିଥିଲେ ।

RMC ବ୍ରାଣ୍ଡ ଆମ୍ବାସାଡର ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତୀ ମହାପାତ୍ର ଯୋଗ ଦେଇ କହିଲେ ପୁରାଣ ଯୁଗରୁ ସ୍ୱଚ୍ଛତା ଆମ ସଂସ୍କୃତି ସହ ରହିଛି । ଏହାକୁ ଆମେ ଅନୁସରଣ କରିବା ଉଚିତ୍ । ତଦାରଖ କମିଟି ତେଲୁଗୁ ବସ୍ତିର ରେଖା ଓ ସଙ୍ଗୀତା ଏହି ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିବା ୬ଟି ଏସ୍ଏଚ୍ଜି ହେଲେ ବନ୍ଧମୁଣ୍ଡା ସିଲ୍କ, ଭବାନୀପୁର ବସ୍ତିର ଶିଖା, କିସାନଟୋଲାର ଆଶୀର୍ବାଦ, ସୁଭଦ୍ରା ବସ୍ତିର ମାଆ ତାରିଣୀ, ବାଂଲାଟୋଲାର ବ୍ରାହ୍ମଣୀ, ନୟାବଜାର କୁଷ୍ଠ ବସ୍ତିର ମାଆ ତାରିଣୀ ଏସ୍ଏଚ୍ଜି । ଏମାନେ ନିଜ ନିଜ ଅଞ୍ଚଳ ପରିମଳ ବ୍ୟବସ୍ଥାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆର୍ଏମ୍ସି ଉପକମିଶନର ସୁଷମା ବିଲୁଙ୍ଗ, ଅନ୍ୟତମ ଉପକମିଶନର ସୀତାଦେବି ମାଝି ଏହି ଏମ୍ଓୟୁରେ ସ୍ୱାକ୍ଷର କରିଥିବା ବେଳେ ଉପକମିଶନର ସୁଷମା ବିଲୁଙ୍ଗ ଧନ୍ୟବାଦ ଦେଇଥିଲେ ।

By amfnews

Related Post