Wed. Mar 11th, 2026

OTET ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

226 Views

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି OTET ପରୀକ୍ଷା ବିଜ୍ଞପ୍ତି। ଚଳିତମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଆବେଦନ କରିପାରିବେ ଆଶାୟୀ। ଅନଲାଇନ୍‌ରେ ପେମେଣ୍ଟ କରାଯିବା ପାଇଁ ଶେଷ ସମୟ ୨୯ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।

ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଆବେଦନ କରିବେ ଆଶାୟୀ ପରୀକ୍ଷାର୍ଥୀ। ୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ସାନି ଆବେଦନ ମଧ୍ୟ କରିବେ। ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆଉ ଫି ଦେବାକୁ ପଡ଼ିବ ନାହିଁ। ଅଗଷ୍ଟ ପ୍ରଥମ ସପ୍ତାହରେ OTET ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି କହିଛନ୍ତି।  ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ ହୋଇଥିଲା।

By amfnews

Related Post