Sat. Nov 23rd, 2024

NEET ଦେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ରବିବାର ସବୁ ଲାଇନରେ ସକାଳ ୬ଟାରୁ ଚାଲିବ ଦିଲ୍ଲୀ ମେଟ୍ରୋ

By amfnews Sep 12, 2020 #Featured
146 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ : ସାଧାରଣତଃ ଶୁକ୍ରବାର ସକାଳ ସମୟରେ ମେଟ୍ରୋ ଟ୍ରେନ ବ୍ୟସ୍ତ ନଥାଏ । ଏହି କାରଣରୁ ଅନେକ ଲାଇନରେ ମେଟ୍ରୋ ସେବା ସକାଳ ୬ଟା ସ୍ଥାନରେ ୮ଟାରେ ଆରମ୍ଭ ହୋଇଥାଏ । ବିଶେଷ ଭାବେ ଫେଜ-୩ର ମେଟ୍ରୋ ଲାଇନରେ ରବିବାର ମେଟ୍ରୋର ଏହି ଟାଇମିଂ ଥାଏ । କିନ୍ତୁ ଏଥର ରବିବାର ନ୍ୟାନସାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ପରୀକ୍ଷା ହେବ ।

ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଦୂରଦୂରାନ୍ତରୁ ଆସିଥିବାରୁ ସେଣ୍ଟରରେ ପରୀକ୍ଷା ଦେବାକୁ ପଡିବ । ସେମାନେ ନିର୍ଦ୍ଧାରିତ ସମୟରେ ନିଜର ପରୀକ୍ଷା କେନ୍ଦ୍ରରେ ପହଂଚିବା ନେଇ ଡିଏମଆରସି ଏହି ରବିବାର ସବୁ ଲାଇନରେ ମେଟ୍ରୋ ଟ୍ରେନକୁ ସକାଳ ୬ଟାରୁ ପରିଚାଳନା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ଆଜି ଠାରୁ ଦିଲ୍ଲୀ ମେଟ୍ରୋ ସବୁଲାଇନରେ ପରିଚାଳିତ ହୋଇଯାଇଛି । ଦିଲ୍ଲୀ-ଏନସିଆରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ କୌଣସି ପ୍ରକାରର ଅସୁବିଧା ହେବ ନାହିଁ ।

ଜାତୀୟ ଗଣମାଧ୍ୟମକୁ ଡିଏମଆରସିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁଜ ଦୟାଲ କହିଛନ୍ତି, ନୀଟ ପରୀକ୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ କଲ୍ୟାଣ ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ରବିବାର ସମସ୍ତ ଲାଇନରେ ସକାଳ ୬ଟାରୁ ମେଟ୍ରୋ ଟେନ ଚାଲିବ । ଟ୍ରେନର ଫ୍ରିକୁଏନ୍ସି ଉପରେ ମଧ୍ୟ ଦୃଷ୍ଟି ଦିଆଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଉଛି ।

By amfnews

Related Post