Sun. Nov 24th, 2024

#Me too ଉପରେ ମତ ରଖିଲେ ଅମିତ ଶାହ, କହିଲେ ଏହାର ସତ୍ୟତା ଯାଂଚ ହେବ

By amfnews Oct 13, 2018 #Featured
176 Views

ନୂଆଦିଲ୍ଲୀ, ଅକ୍ଟୋବର ୧୩ : ମି ଠୁ କ୍ୟାମ୍ପେନ ପରେ ତତ୍ପରତା ପ୍ରକାଶ କରିଛନ୍ତି ମୋଦୀ ସରକାର । ଏହି ସମସ୍ତ ମାମଲାର ତଦନ୍ତ କରିବା ପାଇଁ ସେ ଏକ ଯାଂଚ କମିଟି ଗଠନ କରିବାକୁ ନିଷ୍ପତି ନେଇଛନ୍ତି । ଏହି ମାମଲାରେ ଫସିଥିବା ବୈଦେଶିକ ରାଜ୍ୟ ମନ୍ତ୍ରୀ ଏମଜେ ଆକବରଙ୍କ ଉପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିଜ ମତ ରଖିଛନ୍ତି ।

ଶାହ କହିଛନ୍ତି ଯେ ଏହା ସତ ନା ମିଛି ଦେଖିବାକୁ ପଡିବ । ସେ ଏହାର ସତ୍ୟତା ଯାଂଚ କରିବେ । କିନ୍ତୁ ଏହି ମାମଲାରେ କୌଣସୀ ତଦନ୍ତ ହେବ ନା ନାହିଁ ସେ କିଛି ସ୍ପଷ୍ଟ କରି ନାହାନ୍ତି । ତେବେ ଏହା ଉପରେ ସେ ବିଚାର କରିବେ ବୋଲି କହିଛନ୍ତି ।

ମି ଠୁ କ୍ୟାମ୍ପେନରେ ଅନେକ ବିଶିଷ୍ଟ ମହିଳା ନିଜେ ଶିକାର ହୋଇଥିବା ନିର୍ୟ୍ୟା ତନା ଉପରେ ମତ ରଖୁଛନ୍ତି । ସେମାନଙ୍କ ସହ ଘଟିଥିବା ଦୁଷ୍କର୍ମ ପାଇଁ ନ୍ୟାୟ ମାଗୁଛନ୍ତି । ଏହା ମଧ୍ୟରେ କିଛି ମହିଳା ସାମ୍ବାଦିକ କେନ୍ଦ୍ର ମନ୍ତ୍ରୀ ଏମଜେ ଆକବରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲଗାତାର ଅଭିଯୋଗ ଆସିବା ପରେ କଂଗ୍ରେସ ସମାଲୋଚନା କରିବାକୁ ପଛାଇ ନାହିଁ । ବିଜେପିର ନୀରବତା ଉପରେ ଦଳ ପ୍ରଶ୍ନ କରିଛି । ଯାହା ମଧ୍ୟରେ ଅମିତ ଶାହାଙ୍କ ବୟାନ ସାମ୍ନାକୁ ଆସିଛି ।

ମୋଦୀ ସରକାର ଏ ସମସ୍ତ ମାମଲାର ଯାଂଚ ପାଇଁ ଏକ କମିଟି ଗଠନ କରିଛନ୍ତି । ବରିଷ୍ଠ ନ୍ୟାୟବିତ ଏବଂ ଆଇନ ସହ ଜଡିତ ବ୍ୟକ୍ତିଙ୍କୁ କମିଟିର ସଦସ୍ୟ ରଖାଯାଇଛି ।

By amfnews

Related Post