Wed. Mar 11th, 2026

Man Vs Wild : ମୋଦି କହିଲେ, ମୋ ସଂସ୍କାର ମୋତେ କାହାର ଜୀବନ ନେବାକୁ ଅନୁମତି ଦିଏନି

207 Views

ନୂଆଦିଲ୍ଲୀ  : ଉପସ୍ଥାପକ ବିଅର୍ ଗ୍ରିଲ୍ସଙ୍କ ବହୁ ଚର୍ଚ୍ଚିତ ଶୋ’ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ମୋଦି ପରିବେଶ ସଂରକ୍ଷଣ ବ୍ୟତୀତ ସେ ସମ୍ପର୍କିତ ବେଶ୍‌ କିଛି ପ୍ରସଙ୍ଗରେ ମତ ରଖିବେ। ଏହା ସହିତ ମୋଦି ଗ୍ରିଲ୍ସଙ୍କ ସହ କିଛି ଜଙ୍ଗଲୀ ଅନୁଭୂତି ସାଉଁଟିବେ। ଆସନ୍ତା ଅଗଷ୍ଟ ୧୨ ରାତି ୯ଟାରେ ୧୨ଟି ଡିସ୍କଭରୀ ଚ୍ୟାନେଲରେ ୮ଟି ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ।

ତେବେ ସଦ୍ୟ ରିଲିଜ୍‌ ହୋଇଥିବା ଏକ ଭିଡିଓରେ ମୋଦି ଗ୍ରିଲ୍ସଙ୍କୁ କହିଛନ୍ତି, ଆମେ ଜଙ୍ଗଲକୁ ଡେଞ୍ଜର୍ ଜୋନ୍‌ କହିବା ଠିକ୍‌ ହେଉନାହିଁ। ଆମେ ପ୍ରକୃତି ବିରୋଧରେ ଗଲେ ଏହା ବିପଦପୂର୍ଣ୍ଣ ପାଲଟିଯାଇଥାଏ। ମଣିଷ ମଧ୍ୟ ବିପଜ୍ଜନକ ପାଲଟିଯାଏ। ଆମେ ପ୍ରକୃତିକୁ ସହଯୋଗ କଲେ ଏହା ଆମକୁ ମଧ୍ୟ ସହଯୋଗ କରିବ।

ଏହା ପରେ ଗ୍ରିଲ୍ସ ଭାଲା ପରି ଏକ ହାତ ତିଆରି ଅସ୍ତ୍ର ବନାଇ ସୁରକ୍ଷା ପାଇଁ ମୋଦିଙ୍କୁ ଦେଉଥିବା ଏକ ଭିଡିଓରେ ପ୍ରଦର୍ଶିତ ହୋଇଛି। ଗ୍ରିଲ୍ସ କହୁଛନ୍ତି, ବାଘ ଆସିଲେ ଏହା ଆପଣଙ୍କୁ ବଞ୍ଚାଇବ। ଉତ୍ତରରେ ମୋଦି କହିଛନ୍ତି, ‘ମୋ ସଂସ୍କାର ମୋତେ ଜୀବନ ନେବାପାଇଁ ଅନୁମତି ଦିଏନି। ଯାହା ବି ହେଉ, ମୁଁ ୟାକୁ ତୁମେ ଥିବା ଯାଏ ଧରିଥିବି।’

ଅନ୍ୟପକ୍ଷରେ ସ୍ୱଚ୍ଛତା ବାବଦରେ ମୋଦି କହିଛନ୍ତି, “କୌଣସି ବାହାର ଲୋକ ଆସି ମୋ ଭାରତକୁ ସ୍ୱଚ୍ଛ କରିପାରିବେନି, ଆମ ଦେଶର ଲୋକଙ୍କୁ ତାହା କରିବାକୁ ହେବ। ଆମକୁ ଏହା ସାମାଜିକ ଅଭ୍ୟାସରେ ପରିଣତ କରିବାକୁ ହେବ। ମହାତ୍ମା ଗାନ୍ଧି ଏହା ଉପରେ ବହୁତ କାମ କରିଛନ୍ତି, ଆମେ ବି ନିକଟ ଭବିଷ୍ୟତରେ ଏ କ୍ଷେତ୍ରରେ ସଫଳ ହୋଇଛୁ। ଆଶା କରୁଛି, ଖୁବ୍‌ ଶୀଘ୍ର ଭାରତ ଏଥିରେ ସଫଳ ହେବ।” ଏହି ଭିଡିଓରେ ମୋଦି ହିନ୍ଦୀରେ ଏବଂ ଗ୍ରିଲ୍ସ ଇଂରାଜୀରେ ବାର୍ତ୍ତାଳାପ କରୁଛନ୍ତି।

By amfnews

Related Post