Tue. Dec 24th, 2024

LACରେ ପୁଣି ରକ୍ତାକ୍ତ ସଂଘର୍ଷ,ଭାରତ ସୀମାରେ ଅନୁପ୍ରବେଶ ବେଳେ 20 ଚୀନ ସୈନ୍ୟ ଆହତ

By amfnews Jan 25, 2021 #Featured
109 Views

ନୂଆଦିଲ୍ଲୀ, ଜାନୁଆରୀ 25 : ଭାରତ ଓ ଚୀନ ମଧ୍ୟରେ ଥମୁନି ତିକ୍ତତା  । ସୀମାରେ ବଢୁଛି ଉତ୍ତେଜନା  । ଏହି ସମୟରେ ପୁଣି ଥରେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ଭାରତ ଏବଂ ଚୀନ୍‌ର ସୈନ୍ୟ ପୁଣି ମୁହାଁମୁହିଁ ହୋଇଛନ୍ତି  ।

ଗତ ବର୍ଷ ମେ ମାସ ଆରମ୍ଭରୁ ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ଜାରି ରହିଛି  । ଉଭୟ ଦେଶର ପ୍ରତିନିଧି ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଥିବା ବେଳେ ପୁଣି ସଂଘର୍ଷର ଖବର ଆସିଛି  । କିଛି ଚୀନ ସୈନ୍ୟ ଭାରତ ସୀମାକୁ ଧସେଇ ପଶିଥିଲେ  । ଏହି ସମୟରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି  । ଏଥିରେ 4ଜଣ ଭାରତୀୟ ଯବାନ ଓ 20 ଜଣ ଚୀନ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି  ।

ତେବେ ଗତକାଲି ଚୀନ ଓ ଭାରତର କମାଣ୍ଡର ସ୍ତରୀୟ 9ମ ପର୍ଯ୍ୟାୟ ବୈଠକ ବସିଥିଲା  । ଏହି ବୈଠକରେ ପ୍ରାୟ 15 ଘଣ୍ଟା ଆଲୋଚନା ହୋଇଛି  । ଭାରତ ଏହି ବୈଠକରେ ଚୀନକୁ କଡା ସନ୍ଦେଶ ଦେଇଛି ଯେ, ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ ସେନାକୁ ପଛକୁ ହଟିବାକୁ ପଡିବ  ।

By amfnews

Related Post