110 Views
ନୂଆଦିଲ୍ଲୀ, ଜାନୁଆରୀ 25 : ଭାରତ ଓ ଚୀନ ମଧ୍ୟରେ ଥମୁନି ତିକ୍ତତା । ସୀମାରେ ବଢୁଛି ଉତ୍ତେଜନା । ଏହି ସମୟରେ ପୁଣି ଥରେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ଭାରତ ଏବଂ ଚୀନ୍ର ସୈନ୍ୟ ପୁଣି ମୁହାଁମୁହିଁ ହୋଇଛନ୍ତି ।
ଗତ ବର୍ଷ ମେ ମାସ ଆରମ୍ଭରୁ ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ଜାରି ରହିଛି । ଉଭୟ ଦେଶର ପ୍ରତିନିଧି ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାହୁଁଥିବା ବେଳେ ପୁଣି ସଂଘର୍ଷର ଖବର ଆସିଛି । କିଛି ଚୀନ ସୈନ୍ୟ ଭାରତ ସୀମାକୁ ଧସେଇ ପଶିଥିଲେ । ଏହି ସମୟରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଏଥିରେ 4ଜଣ ଭାରତୀୟ ଯବାନ ଓ 20 ଜଣ ଚୀନ ସୈନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ତେବେ ଗତକାଲି ଚୀନ ଓ ଭାରତର କମାଣ୍ଡର ସ୍ତରୀୟ 9ମ ପର୍ଯ୍ୟାୟ ବୈଠକ ବସିଥିଲା । ଏହି ବୈଠକରେ ପ୍ରାୟ 15 ଘଣ୍ଟା ଆଲୋଚନା ହୋଇଛି । ଭାରତ ଏହି ବୈଠକରେ ଚୀନକୁ କଡା ସନ୍ଦେଶ ଦେଇଛି ଯେ, ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ ସେନାକୁ ପଛକୁ ହଟିବାକୁ ପଡିବ ।