Fri. Mar 6th, 2026

IT ହବ୍ ଭାବେ ଏକ ନମ୍ୱର୍ ରାଜ୍ୟ ହେବ ଓଡ଼ିଶା, ମିଳିବ ନିଯୁକ୍ତି ସୁଯୋଗ

312 Views

ଭୁବନେଶ୍ୱର, ଡିସେମ୍ବର ୧୯ : ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ନମ୍ବର ରାଜ୍ୟ ହେବ ଓଡ଼ିଶା  ।    ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ଭୁବନେଶ୍ବରସ୍ଥିତ ଗୋଠପାଟଣା ସଫ୍ଟ୍‌ଓ୍ବେର ଟେକ୍ନୋଲୋଜି ପାର୍କ୍‌ (ଏସ୍‌ଟିପିଆଇ) ପରିଦର୍ଶନରେ ଯାଇ ଏହି ସୂଚନା ଦେଇଛନ୍ତି ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । 

ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ଏସ୍‌ଟିପିଆଇ କାର୍ଯ୍ୟ କରୁଥିବାବେଳେ ନବନିର୍ମିତ ବାଲେଶ୍ବର ଏସ୍‌ଟିପିଆଇ କେନ୍ଦ୍ର ଉଦଘାଟନ ଅପେକ୍ଷାରେ ରହିଛି। ଏହାସହିତ କୋରାପୁଟ, ଜୟପୁର, ଯାଜପୁର, ଅନୁଗୁଳ ଓ ସମ୍ବଲପୁର ଏସ୍‌ଟିପିଆଇ ପ୍ରତିଷ୍ଠା କାର୍ଯ୍ୟ ଆଗାମୀ ଦୁଇବର୍ଷ ଭିତରେ ଶେଷ କରାଯିବା ନେଇ ଯୋଜନା ରହିଛି ।

ଗୋଠପାଟଣା ଏସ୍‌ଟିପିଆଇ କେନ୍ଦ୍ର ପରିଦର୍ଶନ ସମୟରେ ତୁଷାରକାନ୍ତି ବେହେରା ପ୍ଲଗ୍‌ ଆଣ୍ଡ ପ୍ଲେ, ନେକ୍ସଟ୍‌ ଜେନେରେସନ୍‌ ଇନ୍‌କ୍ୟୁବେସନ୍‌ ସେଣ୍ଟର, ଡାଟା ଷ୍ଟୋରେଜ୍‌, ଡାଟା ସିକ୍ୟୁରିଟି, ଇଲେକ୍ଟ୍ରୋପ୍ରିନିୟର୍‌ ପାର୍କ୍‌, ମେଣ୍ଟର କନେକ୍ଟ ଆଦି ରହିଥିବା ବିଭିନ୍ନ ଆଇଟି ଭିତ୍ତିଭୂମିକୁ  ଅନୁଧ୍ୟାନ କରିଥିଲେ। 

ନୂଆଦିଲ୍ଲୀ ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ଦେଶର ଦ୍ବିତୀୟ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହେବ। ଭୁବନେଶ୍ବରକୁ ଆଇଟି ହବ୍‌ରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାକୁ ପୂରଣ କରିବା ଦିଗରେ ତ୍ବରିତ୍‌ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଅଧିକାରୀମାନଙ୍କୁ ତୁଷାରକାନ୍ତି ବେହେରା ପରାମର୍ଶ ଦେଇଥିଲେ। 

By amfnews

Related Post