Sat. Mar 7th, 2026

ଡିଆରଡିଏ କମ୍ପ୍ୟୁଟର ପ୍ରୋଗ୍ରାମରଙ୍କ ଭଦ୍ରକ, ପୁରୀ, ଭୁବନେଶ୍ୱର ଘରେ ଭିଜିଲାନ୍ସ ଚଢ଼ାଉ

526 Views

ଭଦ୍ରକ, ଡିସେମ୍ବର ୦୫: ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା( ଡିଆରଡିଏ)ରେ କମ୍ପ୍ୟୁଟର ପ୍ରୋଗ୍ରାମର ଥିବା ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଆୟ ବହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୫ଟି ଟିମ୍‌ ଏକକାଳୀନ ଶ୍ରୀ ମହାନ୍ତିଙ୍କ ସରକାରୀ କାର୍ଯ୍ୟାଳୟ ସହିତ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘରେ ଚଢ଼ାଉ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଡିଆରଡିଏ କାର୍ଯ୍ୟାଳୟରେ କମ୍ପ୍ୟୁଟର ପ୍ରୋଗ୍ରାମର ଥିବା ସନ୍ଦୀପ ମହାନ୍ତିଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଆହରଣ କରିବା ନେଇ ଅଭିଯୋଗ ଥିଲା। ଏହି ଅଭିଯୋଗ ଭିତ୍ତିରେ ଆଜି ବାଲେଶ୍ୱର ଭିଜିଲାନ୍‌ସ ଏସପିଙ୍କ ନିର୍ଦ୍ଦେଶକ୍ରମରେ ୫ଟି ଟିମ୍‌ ଏକକାଳୀନ ଭଦ୍ରକ ଡିଆରଡିଏ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତିଙ୍କ ଅଫିସ, ଭଦ୍ରକ ଅସ୍ତଳସ୍ଥିତ ପୈତୃକ ଘର, ଭଦ୍ରକ କୁଆଁସସ୍ଥିତ ଶ୍ୱଶୁର ଘର, ପୁରୀସ୍ଥିତ ଘର, ଭୁବନେଶ୍ୱରସ୍ଥିତ ଘରେ ଚଢ଼ାଉ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଚଢ଼ାଉରେ କଣ ମିଳିଛି ସେ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

By amfnews

Related Post