Mon. Nov 25th, 2024
146 Views

ବୌଦ୍ଧ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଚତୁର୍ଭୁଜ ଖମାରୀ । ୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ହରଭଙ୍ଗା ବ୍ଳକ ଭାବପୁର ଗାଁର ନର୍ମଦା ତାଣ୍ଡିଆ ନାମ୍ନୀ ମହିଳାଙ୍କ ସ୍ୱାମୀଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିଲା ।  ମୃତ୍ୟୁ ପରେ ସ୍ୱାମୀଙ୍କ ପେନ୍‌ସନ୍‌ ପାଇବା ପାଇଁ  ନର୍ମଦା ବାରମ୍ବାର ବ୍ଳକ କାର୍ଯ୍ୟାଳୟକୁ ଦୌଡିଥିଲେ। ତେବେ ପେନ୍‌ସନ୍‌ କରାଇଦେବା ପାଇଁ ଚତୁର୍ଭୁଜ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ନର୍ମଦା ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ନର୍ମଦା ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା   ।

By amfnews

Related Post