Wed. Mar 11th, 2026

ମୋଦି ୨.୦ର ୧୦୦ ଦିନ: ସଫଳତା ବଖାଣିଲା ବିଜେପି, ବିଫଳତା କହିଲା କଂଗ୍ରେସ

462 Views

ଭୁବନେଶ୍ୱର  :   ମୋଦି ସରକାରର ଦ୍ୱିତୀୟ ପାଳିର ଶହେ ଦିନରେ ଓଡ଼ିଶାକୁ ମିଳିଛି ୧୬ ହଜାର ୬୦୫.୨କୋଟି ଟଙ୍କା। ଶହେ ଦିନ ପୂରଣ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନ୍‌ସୁଖ୍ ମଣ୍ଡଭିୟା।

ସେ କହିଛନ୍ତି ଯେ ବାତ୍ୟା ଫୋନି ପାଇଁ ଓଡ଼ିଶାକୁ ୪ ହଜାର ୬୭୮.୨୨ କୋଟି ଟଙ୍କା କେନ୍ଦ୍ର ପ୍ରଦାନ କରିଛି। କାମ୍ପା ଫଣ୍ଡରେ ଓଡ଼ିଶାକୁ ୫ ହଜାର ୯୩୩.୯୮କୋଟି ଟଙ୍କା ଦିଆଯାଇଛି। ରେଲୱେ ବଜେଟରେ ଓଡ଼ିଶାକୁ ୫ ହଜାର ୯୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସରାକରଙ୍କ ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ବାତ୍ୟାରେ ବାରମ୍ବାର ଓଡ଼ିଶା କ୍ଷତି ସହୁଥିବାରୁ ବାତ୍ୟା ପ୍ରତିରୋଧ ଭତ୍ତିଭୂମି ଇନଫାଷ୍ଟ୍ରକଚର ତିଆରି କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ବିଶେଷକରି ମୋଦି ସରକାର ଦ୍ୱିତୀୟ ପାଳିରେ ଗୁରୁତ୍ୱପୂର୍ଣ୍ଣ ତିନ୍ ତଲାକ ବିଲ୍ ପାରିତ କରିବା ସହ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଏବଂ  ୩୫-ଏ ଉଚ୍ଛେଦ ପରି ବଡ଼ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ମନ୍‌ସୁଖ୍ ମଣ୍ଡଭିୟା କହିଛନ୍ତି।

ଅନ୍ୟପକ୍ଷରେ ମୋଦି ସରକାରଙ୍କ ଶହେ ଦିନର କାର୍ଯ୍ୟକଳାପକୁ ବିଫଳ ବୋଲି କହିଛି କଂଗ୍ରେସ। ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବାରେ କେନ୍ଦ୍ର ବିଫଳ ହୋଇଛି। ମନମୋହନ ସିଂହଙ୍କ ସରକାରରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଥିଲା। କିନ୍ତୁ ଦେଶର ଅର୍ଥନୀତି ବିଗିଡ଼ି ନ ଥିଲା। ହେଲେ ଏବେ ଦେଶର ଜିଡିପି ୧୦ରୁ ୫ ପ୍ରତିଶତକୁ ଖସି ଆସିଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋଦି ଦେଶକୁ ବୁଡ଼ାଇଛନ୍ତି। ନିଜର ଆତ୍ମରକ୍ଷା କରିବାକୁ ଏପରି କାର୍ଯ୍ୟକ୍ରମ କରୁଛନ୍ତି।

By amfnews

Related Post