Tue. Dec 24th, 2024
590 Views

ପ୍ରଶାନ୍ତ ପଟ୍ଟନାୟକ

ରାଜନୀତି ସାଧାରଣତଃ ନିର୍ଦ୍ଧିଷ୍ଟ ନିତି, ଆଦର୍ଶ ଓ ଦର୍ଶନ ଉପରେ ଆଧାରିତ ହୋଇଥାଏ । ଶିକ୍ଷା, ଯୋଗଯୋଗ ଓ ବୈଷୟିକ ଜ୍ଞାନ କୌଶଳର ଆଶାତୀତ ଅଭିବୃଦ୍ଧି ଫଳରେ ସବୁ କ୍ଷେତ୍ରରେ ଶାସନ କ୍ଷମତାକୁ ଆସିବା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିମାନେ ଜନସାଧାରଣଙ୍କର ଆସ୍ଥା ଭାଜନ ହେବା ପାଇଁ ନିଜକୁ ଆଦର୍ଶ ନାଗରିକ ଭାବରେ ଗଢ଼ିବାର ଏକାନ୍ତ ଅପରିହାଯ୍ୟ ହେବା ଆବଶ୍ୟକ । ମାତ୍ର ଓଡ଼ିଶା ଓ ଭାରତର ରାଜନୀତି କ୍ଷେତ୍ରରେ ତାହାର ଚରମ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ରାଜତନ୍ତ୍ର ଓ ପରିବାରବାଦ ବିରୋଧ କରି ଦୀର୍ଘକାଳ ସଂଗ୍ରାମ କରିବା ପରେ ଭାରତର ଜନସାଧାରଣ ଯେଉଁ କଷ୍ଟଲବ୍ଧ ସ୍ୱାଧିନତା ଲାଭ କରିଛନ୍ତି ନିତିହୀନ ରାଜନେତାମାନେ ତାହାକୁ ଧ୍ୱସଂ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିବା ଏକାନ୍ତ ଦୁର୍ଭାଗ୍ୟଜନକ ।
ଦେଖାଯାଏ ଯେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ‘ରାମ ରାଜ୍ୟ’ର ସ୍ୱପ୍ନ ଦେଖାଉଥିବା ଅଧିକାଂଶ ରାଜନେତା ଶାସନ କ୍ଷମତାକୁ ଆସିବା ପରେ ଜନସାଧାରଣଙ୍କୁ ସୁଶାସନ ଦେବା ଲାଗି ଉଦ୍ୟମ କରିବା ପରିବର୍ତ୍ତେ ନିଜର ସ୍ୱାର୍ଥ ସିଦ୍ଧି ଲାଗି ସମ୍ଭୋଗ ଓ ସମ୍ପତ୍ତିର ନାଁରେ ଜନସାଧାରଣ, ଦେଶ ଓ ଦଶ ସ୍ୱାର୍ଥକୁ ତିଳତିଳ କରି ବଳୀଦେବା ଲାଗି ବ୍ୟସ୍ତ ରହୁଛନ୍ତି ।
ବ୍ରିଟିଶ ଶାସନ, ରାଜତନ୍ତ୍ର ଏବଂ ପାରିବାରିକ ଶାସନ ବିରୁଧ୍ୱରେ ସ୍ୱର ଉତ୍ତ୍ୱଳନ କରୁଥିବା ଅଧିକାଂଶ ରାଜନେତା କଳେବଳେ କୌଶଳେ ଶାସନ କ୍ଷମତାକୁ ଆସିବା ପରେ ରାଜ ସିହାଂସନରୁ ମମତା ତ୍ୟାଗ କରିବା ସେମାନଙ୍କ ପାଇଁ ଯନ୍ତ୍ରଣା ଦାୟକ ହୋଇପଡ଼ୁଥିବାରୁ ଯେକୌଣସି ଉପାୟରେ ଜନସାଧାରଙ୍କୁ ପ୍ରଭାବିତ ଓ ପ୍ରତାରିତ କରି ଶାସନଗାଦିକୁ ସବୁଦିନ ପାଇଁ ଅକ୍ତିଆର କରିବା ନିମନ୍ତେ ଉଦ୍ୟମ କରିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି ।

ଉନ୍ନତ ରାଷ୍ଟ୍ରମାନଙ୍କରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ବା ଶାସନମୁଖ୍ୟ ପଦବିରେ ଅଧିଷ୍ଠିତ ହୋଇଥିବା ନେତାମାନେ ସେମାନଙ୍କର କାର୍ଯ୍ୟକାଳ ପୂରିଯିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜନିଜର ପେଷା ବା ବୃତ୍ତିକୁ ଫେରିଯାଇ ଅବଶିଷ୍ଟ ଜୀବନ ଅତିବାହିତ୍ କରିଥାନ୍ତି । ମାତ୍ର ଆମ ଦେଶରେ ତାହାର ଘୋର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ । ଯେଇଁ ବ୍ୟକ୍ତିମାନେ ଯେଉଁ ସ୍ତରରେ ରାଜନୈତିକ କର୍ଯ୍ୟକଳାପ ଆରମ୍ଭ କରିଥାନ୍ତି ସେମାନେ ସବୁଦିନ ପାଇଁ ସେହି ପଦପଦବୀକୁ ଯାବୁଡ଼ି ଧରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥାନ୍ତି । ଏପରିକି ରାଜନୈତିକ ପରାଜୟ ବା ବାର୍ଦ୍ଧକ୍ୟ ସେମାନଙ୍କୁ ରାଜନୀତିରୁ ଅବସର ନେବାଲାଭି ବାଧ୍ୟ କରିପାରେ ନାହିଁ ।

ଇଂଲଣ୍ଡର ପ୍ରଧାନମନ୍ତ୍ରୀ ସାର୍ ଉଇନ୍ଷ୍ଟନ୍ ଚର୍ଚ୍ଚିଲଙ୍କ କାର୍ଯ୍ୟକାଳ ସମାପ୍ତି ପରେ ସେ ନିଜର ପ୍ରବାକୋ କ୍ଷେତ୍ରକୁ ଫେରିଯାଇ ଚାଷବାସ ଓ ବ୍ୟବସାୟରେ ମନୋନିବେଶ କରିଥିବାର ଦୃଷ୍ଟାନ୍ତ ରହିଛି । ସେହିଭଳି ଅନେକ ଗୁଡ଼ିଏ ରାଷ୍ଟ୍ରମୁଖ୍ୟମାନେ ସେମାନଙ୍କ କାର୍ଯ୍ୟକଳାପ ସମାପ୍ତି ପରେ ସମ୍ମାନର ସହ ରାଜନିତିରୁ ଅବସର ଗ୍ରହଣ କରି ନିଜନିଜର ପୂର୍ବ ନିର୍ଦ୍ଧାରିତ କର୍ମକ୍ଷେତ୍ରକୁ ଫେରିଯାଇଥାନ୍ତି ଅଥବା ନିଜର ଅରତ୍ମଜୀବନି ଲେଖିବାରେ ମନୋନିବେଶ କରିଥାନ୍ତି ।

ମାତ୍ର ଆମ ଦେଶର ତାହାର ଘୋର ବ୍ୟତିକ୍ରମ ଦେଖାଯାଇଥାଏ । ଯେଉଁମାନେ ରାଜନୀତି କରନ୍ତି ସେମାନେ ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ଅନ୍ୟକୌଣସି ପେଷା ଆଦୋରି ନେବା ପାଇଁ ସାମାନ୍ୟତମ ଆଗ୍ରହ ପ୍ରକାଣ କରିନଥାନ୍ତି । ଯେଉଁଥିପାଇଁ ବହୁରାଜନେତା ବିଭିନ୍ନ ସମୟରେ ଦଳତ୍ୟାଗ କରିବା ଏବଂ ନିଜନିଜର ନୀତି ଆଦର୍ଶକୁ ବଳୀଦେବା ଦେଖାଯାଏ ।
ଗତ ଜରୁରି କାଳିନ ପରିସ୍ଥିତି ସମୟରେ ଗୋଟିଏ କାହାଣୀ ବହୁଳଭାବରେ ପ୍ରଚାରିତ ହୋଇଥିଲା କାହାଣୀଟି ହେଲା , ସ୍ୱର୍ଗବାସୀ ରାଜନେତାମାନଙ୍କୁ ସ୍ୱୟଂ ଭଗବାନ ନିମନ୍ତ୍ରଣ କରି ଗୋଟିଏ ଯନ୍ତ୍ର ନିକଟକୁ ଜଣଜଣଙ୍କୁ ଡ଼ାକିଥିଲେ ଏବଂ କହିଥିଲେ ତୁମେମାନେ ବହୁ ବର୍ଷହେଲା ତୁମର ପ୍ରିୟ ଜନ୍ମଭୁମିକୁ ଦେଖିନାହଁ ଏଇ ଚଉକିରେ ବସି ଯନ୍ତ୍ର ସାହାଯଁରେ ନିଜ ଜନ୍ମ ଭୂମିର ସାମ୍ପ୍ରତ୍ତିକ ପରିସ୍ଥିତିକୁ ଦେଖ ଏହାପରେ ହିଟଲରଙ୍କ ଠାରୁ ଆରମ୍ଭ କରି ନେପୋଲିୟନ୍ ବୋର୍ନାପାର୍ଟ ଇତ୍ୟାଦି ଇତ୍ୟାଦି ରାଷ୍ଟ୍ରନାୟକଙ୍କୁ ଡ଼ାକି ନିଜସ୍ୱ ଚୌକିଟି ଉପରେ ଜଣକ ପରେ ଜଣକୁ ବସାଇ ଜନ୍ତ୍ର ସାହାର୍ଯ୍ୟରେ ନିଜ ନିଜର ଦେଶର ପରିସ୍ଥିତି ଦେଖିବା ଲାଗି ସୁଯୋଗ ଦେଇଥିଲେ । ମାତ୍ର ସେଠାରେ ଭାରତର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବହାର ଲାଲ୍ ନେହୁର ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ଦେଇନଥିଲେ । ଏହା ଦେଖି ମହର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ଏବଂ ସେଠାରେ ସଂଖ୍ୟାଧିକ ଲୋକ ଆପଣଙ୍କୁ ଗଭୀର ଭକ୍ତି କରନ୍ତି ପଣ୍ଡିତ ନେହୁର ସେଭଳି ଏକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଥିଲେ ମାତ୍ର ଆପଣ ତାଙ୍କୁ ସେହି ସୁଯୋଗରୁ ବଞ୍ଚିତ କଲେ କାହିଁକି?

ମହର୍ଷିଙ୍କ ପ୍ରଶ୍ନ ଶୁଣି ଶ୍ରୀ କୃର୍ଷ୍ଣ ସ୍ମିତ ହାସ୍ୟ ହସି କହିଥିଲେ ‘ମୁଁ ଜାଣିଶୁଣି ମୋର ଆସନଟି ସବୁଦିନ ପାଇଁ ହରାଇବାକୁ ଚାହେଁ ନାହିଁ । କାରଣ ନେହୁରଙ୍କ ପରେ ତାଙ୍କ କନ୍ୟା ଇନ୍ଧିରା ଗାନ୍ଧି ଓ ତାଙ୍କ ପରେ ରାଜିବ ଗାନ୍ଧି ଏହି ଭଳି ପୁରୁଷାନୁ କ୍ରମେ ଭାରତର ପ୍ରଧାନ ମନ୍ତ୍ରି ଆସନକୁ ଦଖଲ କରିଚାଲିଛନ୍ତି । ମୁଁ ଜଦି ଥରକ ପାଇଁ ନେହୁରଙ୍କୁ ମୋ ଆସନରେ ବସିବାର ସୁଯୋଗ ଦେବି ତେବେ ଭବିଷ୍ୟତରେ ତାହା ହୁଏତ ଆଉ ଫେରିପାଇବି ନାହିଁ ।’

ଇଏତ ଗଲା ଜରୁରି କାଳୀନ ପରିସ୍ତିତି ସମୟରେ ପ୍ରଚାରିତ ଏକ କାହାଣୀ ମାତ୍ର ଦେଖାଯାଉଛି ଆମଦେଶରେ ବହୁ ରାଜନେତା ଥରୁଟିଏ କ୍ଷମତାର ଯେଉଁ ଆସନରେ ବସୁଛନ୍ତି ସେହି ଆସନଟି ବଶାଂନୁକ୍ରମେ ଉପଭୋଗ କରିବାଲାଗି ସବୁପ୍ରକାର ଚେଷ୍ଟା କରୁଛନ୍ତି ଯାହାକି ଦେଶ, ଦଶ, ଗଣତନ୍ତ୍ର ପାଇଁ ଆଦୌସ୍ୱାଗତ ଯୋଗ୍ୟ ନୁହେଁ ।

By amfnews

Related Post