Wed. Dec 25th, 2024

ଭାରତକୁ ଝଟକା, ଅଷ୍ଟ୍ରେଲିଆ ସିରିଜରୁ ପାଣ୍ଡ୍ୟା ବାହାର, ଜାଡ଼େଜା ସାମିଲ

By amfnews Feb 21, 2019 #Featured
1,006 Views

ନୂଆଦିଲ୍ଲୀ, ଫେବୃଆରୀ ୨୧: ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃଆରୀ ୨୪ରୁ ଆରମ୍ଭ ହେବାକୁ ଥିବା ଟି-୨୦ ଓ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଜୋରଦାର ଝଟକା। ପିଠିରେ ଯନ୍ତ୍ରଣାଜନିତ ସମସ୍ୟା କାରଣରୁ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ସିରିଜରୁ ବାହାରିବାକୁ ପଡ଼ିଛି। ତାଙ୍କ ଜାଗାରେ  ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କୁ ଦଳରେ ସାମିଲ କରାଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଗୁରୁବାର ଏହି ସୂଚନା ଦେଇଛି।
View image on Twitter

BCCI

@BCCI

NEWS: Hardik Pandya ruled out of Paytm Australia’s tour of India due to lower back stiffness. @imjadeja has been named replacement for Hardik Pandya for the 5 ODIs

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ହାର୍ଦ୍ଦିକଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ  ଏବଂ ଦଳର ଖେଳାଳି ସଂଖ୍ୟା ୧୪ ହୋଇଛି। ଅନ୍ୟ ପଟେ  ଦିନିକିଆ ଦଳରେ ରବୀନ୍ଦ୍ର ଜାଡ଼େଜାଙ୍କୁ ସାମିଲ କରାଯାଇଛି।

ବିସିସିଆଇର ମେଡ଼ିକାଲ ଟିମ୍ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପିଠିର ନିମ୍ନଭାଗର ଉପଚାର ପାଇଁ ବେଙ୍ଗାଲୁରୁରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ଯିବାକୁ କୁହାଯାଇଛି।  ପାଣ୍ଡ୍ୟା ଆଗାମୀ ସପ୍ତାହରେ ଏନସିଏରେ ଯୋଗ ଦେବେ। ଭାରତ ଘରୋଇ ପଡିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଟି-୨୦ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳିବ।

ଅନ୍ୟ ପଟେ ଇଂଲଣ୍ଡ ଓ ଓ୍ଵେଲ୍ସରେ ହେବାକୁ ଥିବା ବିଶ୍ଵ କପକୁ ଆଉ କିଛି ମାସ ବାକି ରହିଛି। କ୍ରିକେଟର ଏହି ମହାକୁମ୍ଭ ପୂର୍ବରୁ ଭାରତ ହାତରେ ମାତ୍ର ସାତୋଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ରହିଛି।  ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ଅଣ୍ଟାରେ ଆଘାତ ଲାରିବା କାରଣରୁ ଏହି ଭାରତୀୟ ଅଲରାଉଣ୍ଡର ଏସିଆ କପରୁ ବାଦ୍ ପଡ଼ିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ଶିଖର ଧାଓ୍ଵନ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନୀ(ଓ୍ଵିକେଟ୍ କିପର), କୃଣାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କେଣ୍ଡେୟ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା,  ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ଋଷଭ ପନ୍ତ, ସିଦ୍ଧାର୍ଥ କୌଲ,  କେଏଲ ରାହୁଲ।

ଶେଷ ତିନୋଟି ଦିନିକିଆ ପାଇଁ ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା,  ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ଋଷଭ ପନ୍ତ, ଭୁବନେଶ୍ଵର କୁମାର, କେଏଲ ରାହୁଲ।

ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜ୍

ଫେବୃଆରୀ ୨୪: ପ୍ରଥମ ଟି-୨୦,  ବିଶାଖାପାଟଣା

ଫେବୃଆରୀ ୨୭:  ଦ୍ଵିତୀୟ ଟି-୨୦, ବେଙ୍ଗାଲୁରୁ

ଭାରତ- ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍

ମାର୍ଚ୍ଚ ୦୨: ପ୍ରଥମ ଦିନିକିଆ, ହାଇଦ୍ରାବାଦ

ମାର୍ଚ୍ଚ ୦୫: ଦ୍ଵିତୀୟ ଦିନିକିଆ, ନାଗପୁର

ମାର୍ଚ୍ଚ ୦୮: ତୃତୀୟ ଦିନିକିଆ, ରାଞ୍ଚି

ମାର୍ଚ୍ଚ ୧୦: ଚତୁର୍ଥ ଦିନିକିଆ, ମୋହାଲି

ମାର୍ଚ୍ଚ ୧୩: ପଞ୍ଚମ ଦିନିକିଆ, ଦିଲ୍ଲୀ

By amfnews

Related Post