Fri. Mar 6th, 2026

‘ୟସ୍‌ ସାର୍‌’ ବା ‘ପ୍ରେଜେଣ୍ଟ ସାର’ ବଦଳରେ ଛାତ୍ରଛାତ୍ରୀମାନେ କହିବେ ‘ଜୟ ହିନ୍ଦ୍‌’ ବା ‘ଜୟ ଭାରତ’

Kids raising hands
277 Views

ଅହମ୍ମଦାବାଦ, ୧ ଜାନୁଆରୀ : ଗୁଜୁରାଟର ସ୍କୁଲମାନଙ୍କରେ ଏବେ ଆଟେଣ୍ଡାନ୍‌ସ ନେବା ବେଳେ ‘ୟସ୍‌ ସାର୍‌’ ବା ‘ପ୍ରେଜେଣ୍ଟ ସାର’ ବୋଲି କହିବାକୁ ପଡିବ ନାହିଁ। ଏହା ବଦଳରେ ଏବେ ଛାତ୍ରଛାତ୍ରୀମାନେ ‘ଜୟ ହିନ୍ଦ୍‌’ ବା ‘ଜୟ ଭାରତ’ ବୋଲି କହିବେ। ସୋମବାର ଦିନ ଗୁଜୁରାଟ ସରକାରଙ୍କ ପକ୍ଷରୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ଗୁଜୁରାଟର ଶିକ୍ଷା ବିଭାଗ,ଗୁଜୁରାଟ ମାଧ୍ୟମିକ ଏବଂ ଉଚ୍ଚୋତ୍ତର ମାଧ୍ୟମିକ ଶିକ୍ଷା ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ ବି.ଏସ୍‌  ରୋଜଗାର ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି କି ସମସ୍ତ ସରକାରୀ,ଘରୋଇ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ଯାଏଁ  ଛାତ୍ରଛାତ୍ରୀମାନେ ଉପସ୍ଥାନ ଦିଆଯିବା ବେଳେ ‘ଜୟ ହିନ୍ଦ୍‌’ ବା ’ଜୟ ଭାରତ’ ବୋଲି କହିବେ।

୨୦୧୮ ବର୍ଷରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା ବୈଠକରେ ଆଲୋଚନା ହେବା ପରେ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୁଡୁସା ଏହି ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ମନରେ ପିଲାଦିନରୁ ଦେଶାତ୍ମବୋଧକ ଭାବନା ଜାଗ୍ରତ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ୨୦୧୯ ଜାନୁଆରି ୧ ତାରିଖରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ିଭାବେ ଲାଗୁ କରାଯାଉଛି।

 

By amfnews

Related Post