Sat. Mar 7th, 2026
415 Views

ବିଜେଡି ପ୍ରତିଷ୍ଠା ଦିବସରେ କେନ୍ଦ୍ର ଉପରେ ବର୍ଷିଲେ ନବୀ

ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଜୋରଦାର୍ ବର୍ଷିଛନ୍ତି।

ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତାର କାଉଣ୍ଟର କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି। ଯେଉଁଥିରେ ରହିଛି ରାଜ୍ୟରେ ଜାତୀୟ ରାଜପଥର ଦୁରବସ୍ଥା, ମୋବାଇଲ୍ ନେଟ୍ଓ୍ୱର୍କରେ ସମସ୍ୟା, ରେଲ୍‌ୱେ କ୍ଷେତ୍ରରେ ଅବହେଳା, ବ୍ୟାଙ୍କିଙ୍ଗ୍‌ ସେବା ସବୁଠି ନ ପହଞ୍ଚିବା, କୋଇଲା ରୟାଲ୍‌ଟି ବୃଦ୍ଧି ନହେବା, ଫସଲ ବୀମା, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ନ ମିଳିବା, ଏସ୍‌ସି-ଏସ୍‌ଟିଙ୍କୁ ଅବହେଳା ଏବଂ ଉଜ୍ଜ୍ୱଳା ଯୋଜନା ଓ ତୈଳ ଦର ପ୍ରସଙ୍ଗ ଏସବୁ ପ୍ରଶ୍ନର ଜବାବ୍ ମାଗୁଛି ଓଡ଼ିଶା ବୋଲି ନବୀନ କହିଥିଲେ।

ସେହିପରି ବିଜୁ ପଟ୍ଟନାୟକ ଉଠାଇଥିବା ଆର୍ଥିକ ସ୍ୱାୟତ୍ତତା ବା ରାଜ୍ୟକୁ ଫାଇନାନ୍‌ସିଆଲ୍‌ ଅଟୋନୋମି ଦେବାକୁ ଦାବି କରିଛନ୍ତି ନବୀନ। ଏହା ହେଲେ ଆଉ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କି ସ୍ୱତନ୍ତ୍ର କେନ୍ଦ୍ରୀୟ ପାଣ୍ଠି ଦରକାର ହେବନି ବୋଲି ସେ କହିଛନ୍ତି।

ଓଡ଼ିଶା ନିଜସ୍ୱ ପାଣ୍ଠିରେ ନିଜର ଉନ୍ନତି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

By amfnews

Related Post