Mon. Jan 27th, 2025

ଭିତରକନିକାରେ ଗଣନା ଶେଷ : ହରିଣ କମିଲେ

By amfnews Dec 3, 2018 #Featured
1,116 Views

ରାଜନଗର , ଡିସେମ୍ବର ୩: ଭିତରକନିକା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ସ୍ତନ୍ୟପାୟୀ ବନ୍ୟପ୍ରାଣୀଙ୍କ ଗଣନା ଶେଷ ହୋଇଛି। ଗତମାସ ୨୩ରୁ ୨୫ତାରିଖ ଯାଏଁ ୩ଦିନ ଧରି ଚାଲିଥିବା ଗଣନାରେ ଏଠାରେ ବନ୍ୟଜନ୍ତୁଙ୍କ ସ˚ଖ୍ୟା ବଢିଥିବା ଜଣାପଡିଛି। ଗତବର୍ଷ ଭିତରକନିକାରେ ୭,୧୨୯ ବନ୍ୟଜନ୍ତୁ ଥିବା ବେଳେ ଚଳିତବର୍ଷ ଏହି ସ˚ଖ୍ୟା ବୃଦ୍ଧି ପାଇ ୭,୭୨୮ରେ ପହଞ୍ଚିଛି। ତେବେ, ଭିତରକନିକାରେ ବନ୍ୟଜନ୍ତୁଙ୍କ ସ˚ଖ୍ୟା ବଢିଥିଲେ ମଧୢ ହରିଣ, ମାଛରଙ୍କା ବିରାଡ଼ି, ଓଧ, ବଣ ବିରାଡ଼ି, କୋକିଶିଆଳୀ ଓ ଠେକୁଆଙ୍କ ସଂଖ୍ୟା ହ୍ରାସ ପାଇଛି। ବାର‌୍‌ହା, ହେଟାବାଘ, ବିଲୁଆ, ନେଉଳ ଓ ହନୁମାଙ୍କଡଙ୍କ ସ˚ଖ୍ୟା ବୃଦ୍ଧି ପାଇଛି। କେବଳ ଝିଙ୍କଙ୍କ ସ˚ଖ୍ୟା ଅପରିବର୍ତ୍ତିତ ରହିଛି ଓ ସମ୍ବରଙ୍କୁ ଦେଖିବାକୁ ମିଳିନାହିଁ।

ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ କନିକା, ରାଜନଗର, ଗହୀରମଥା, ମହାକାଳପଡା ଓ କୁଜଙ୍ଗ ବନ୍ୟପ୍ରାଣୀ ରେ˚ଜ ଅ˚ଚଳରେ ବସବାସ କରୁଥିବା ସ୍ତନ୍ୟପାୟୀ ବନ୍ୟଜନ୍ତୁଙ୍କ ଗଣନା କରାଯାଇଥିଲା। ଗଣନା ରିପୋର୍ଟ ଅନୁଯାୟୀ ମୋଟ୍‌ ଉପରେ ହରିଣଙ୍କ ସ˚ଖ୍ୟା ୩୧୭୫, ବାର‌୍‌ହା ୧୭୫୬, ହନୁମାଙ୍କଡ ୨୨୫୮, ପାତିମାଙ୍କଡ ୧୧, ବିଲୁଆ ୨୯୫, ମାଛରଙ୍କା ବିରାଡି ୨୦, ହେଟ୍ଟାବାଘ ୧୪, ଓଧ ୧୧୧, ବଣବିରାଡି ୫, ନେଉଳ ୨୨, କୋକିଶିଆଳି ୨୪, ଚିତାବିରାଡି ୨, ଝିଙ୍କ ୧୮, ଠେକୁଆ ୧୧, ଶାଳିଆପାତିନିଙ୍କ ସଂଖ୍ୟା ୬ରେ ପହଞ୍ଚିଛି। କନିକା ରେ˚ଜ ଅ˚ଚଳରେ ହରିଣ ୧୯୦୩, ବାର‌୍‌ହା ୮୨୫, ହନୁମାଙ୍କଡ ୧୫୩୯, ବିଲୁଆ ୧୧, ମାଛରଙ୍କା ବିରାଡି୧୨, ହେଟାବାଘ ୭, ଓଧ ୮୬, ବଣବିରାଡି ୫, ଚିତାବିରାଡି ୨ ନେଉଳ ୧୪, ମୋଟ୍‌ ୪,୪୦୪ ବନ୍ୟଜନ୍ତୁ ରହିଛନ୍ତି। ସେହିପରି ରାଜନଗର ରେ˚ଜ ଅଞ୍ଚଳରେ ହରିଣ ୧୦୪୫, ବାର‌୍‌ହା ୫୭୪, ହନୁମାଙ୍କଡ ୪୭, ବିଲୁଆ ୪୩, ପାତିମାଙ୍କଡ ୪, ମାଛରଙ୍କା ବିରାଡି ୫, ଓଧ ୭, ଝିଙ୍କ ୪ ଓ ଗୋଟିଏ ଠେକୁଆକୁ ମିଶାଇ ମୋଟ୍‌ ୧୭୩୦ ବନ୍ୟଜନ୍ତୁ ରହିଛନ୍ତି। ଗହୀରମଥା ରେ˚ଜ ଅଞ୍ଚଳରେ ହରିଣ ୧୨, ବାର‌୍‌ହା ୨୩, ହନୁମାଙ୍କଡ ୩୬, ବିଲୁଆ ୨୪ ଓ ୬ଟି ଶାଳିଆପାତିନିଙ୍କୁ ମିଶାଇ ମୋଟ୍‌ ୨୦୪ ବନ୍ୟଜନ୍ତୁ ରହିଛନ୍ତି। ମହାକାଳପଡା ରେ˚ଜ ଅଞ୍ଚଳରେ ହରିଣ ୨୦୧, ବାର‌୍‌ହା ୨୭୯, ହନୁମାଙ୍କଡ ୪୭୨, ବିଲୁଆ ୬୬, ମାଛରଙ୍କା ବିରାଡି ୩, ଓଧ ୮ଟି, ମୋଟ୍‌ ୧୦୨୯ ବନ୍ୟଜନ୍ତୁ ଥିବାବେଳେ କୁଜଙ୍ଗ ରେ˚ଜ ଅଞ୍ଚଳରେ ହରିଣ ୧୪, ଜଙ୍ଗଲୀ ବାର‌୍‌ହା ୧୫, ହନୁମାଙ୍କଡ ୧୧୨, ପାତିମାଙ୍କଡ ୭, ବିଲୁଆ ୧୪୦, ହେଟା ବାଘ ୭, ଓଧ ୧୦, ନେଉଳ ୨୨, କୋକିଶିଆଳି ୨୪, ଠେକୁଆ ୧୦ଟି, ମୋଟ୍‌ ୩୬୧ ବନ୍ୟଜନ୍ତୁ ରହିଛନ୍ତି ବୋଲି ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବେସରକାରୀ ରିପୋର୍ଟ ଅନୁଯାୟୀ, ଭିତରକନିକା ଜାତୀୟ ଉଦ୍ୟାନରେ ହରିଣଙ୍କ ସ˚ଖ୍ୟା ୩୦ହଜାରରୁ ଅଧିକ ଥିବା ବେଳେ ଜଙ୍ଗଲି ବାର‌୍‌ହାଙ୍କ ସ˚ଖ୍ୟା ୨୦ ହଜାରରୁ ଅଧିକ ରହିଛି। ସୂଚନା ଥାଉ କି, ଭିତରକନିକା ଜାତୀୟ ଉଦ୍ୟାନରେ ୨୦୧୪ରୁ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଗଣନା ଆରମ୍ଭ ହୋଇଥିଲା। ଗତବର୍ଷ ହରିଣଙ୍କ ସଂଖ୍ୟା ୩୧୮୪ ଥିବା ବେଳେ ବାର୍‌ହା ୧୬୬୦, ହନୁମାଙ୍କଡ଼ ୧୮୧୯, ପାତିମାଙ୍କଡ଼ ୧୫, ବିଲୁଆ ୨୨୪, ମାଛରଙ୍କା ବିରାଡ଼ି ୨୮, ହେଟାବାଘ ୮, ଓଧ ୧୧୩, ବଣବିରାଡ଼ି ୧୪, ନେଉଳ ୧୪, କୋକିଶିଆଳି ୨୮, ଚିତାବିରାଡ଼ି ୨, ଝିଙ୍କ ୪ ଓ ଠେକୁଆଙ୍କ ସଂଖ୍ୟା ୧୬ ରହିଥିଲା।

By amfnews

Related Post