140 Views
ଲଦାଖ, ଅଗଷ୍ଟ ୧୫ : ଭାରତର 74 ତମ ସ୍ୱାଧୀନତା ଦିବସକୁ ବଡ ଧୂମ ଧାମରେ ପାଳନ କରିଛନ୍ତି ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଯବାନମାନେ । ଲଦାଖର 17,000 ଫୁଟ ଉଚ୍ଚ ପାହାଡରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଆଇଟିବିପି ଯବାନ ମାନେ । ଏ ନେଇ ଆଇଟିବିପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଆଇଟିବିପି ପକ୍ଷରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ଜାରି କରାଯାଇଛି । ଏହା ବ୍ୟତୀତ ଭାରତ-ତିବ୍ଦତୀୟ ସୀମା ପୋଲିସର ସୈନିକମାନେ ମଧ୍ୟ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ କୂଳରେ 14,000 ଫୁଟ ଉଚ୍ଚରେ ଦେଶର ସ୍ୱାଧୀନତା ଦିବସ ପାଳନ କରିଛନ୍ତି ।