Sat. Mar 7th, 2026

୯ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରି ପଡୋଶୀ ଫେରାର୍‌

572 Views

ନୂଆଦିଲ୍ଲୀ , ଡିସେମ୍ବର ୧୬ : ସମୟପୁର ବାଦଲି ଅଞ୍ଚଳର ଜଣେ ନାବାଳିକା ସହ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ନାବାଳିକାର ବୟସ ୯ ବର୍ଷ। ନାବାଳିକା ଘରେ ଏକୁଟିଆ ଥିଲା। ତା’ର ବାପା ମାଆ କାମ କରିବାକୁ ଯାଇଥିଲେ। ନାବାଳିକାର ବୟାନ୍‌ ଅନୁଯାୟୀ ଶନିବାର ଦ୍ୱିପ୍ରହର ପ୍ରାୟ ସାଢ଼େ ୧୨ ଟା ବେଳେ ସେ ଘରେ ଏକୁଟିଆ ଥିଲା। ସେତିକି ବେଳେ ପଡୋଶୀ ଯୁବକ ପୀଡ଼ିତାର ଘରକୁ ଆସି ତା’ ସହିତ ଦୁଷ୍କର୍ମ କରିଥିଲା। ସେହି ଘଟଣା ସଂପର୍କରେ ପ୍ରଘଟ କଲେ,ତାକୁ ଜୀବନରୁ ମାରିଦେବାର ଧମକ ଦେଇଥିଲା ଦୁଷ୍କର୍ମକାରୀ। ଏହାପରେ ଅଭିଯୁକ୍ତ ସେଠାରୁ ଚାଲିଯାଇଥିଲା।

ସନ୍ଧ୍ୟାରେ ଯେତେବେଳେ ବାପା ମାଆ କାମରୁ ଫେରିଲେ,ସେତେବେଳେ ପୀଡ଼ିତ ସବୁ କଥା କହିଥିଲା। ସେ ଦୁହେଁ ସଙ୍ଗେ ସଙ୍ଗେ ପୀଡ଼ିତା ଝିଅକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଓ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଖୋଜିବା ଲାଗି ଯାଇଥିଲେ,ମାତ୍ର ସେ ଫେରାର୍‌ ହୋଇ ଯାଇଥିବା ଜଣାଗଲା। ପୁଲିସ ଖୁବ୍‌ଶୀଘ୍ର ଦୁଷ୍କର୍ମକାରୀ ପଡୋଶୀକୁ ଗିରଫ କରିବ ବୋଲି ଦୃଢ଼ୋକ୍ତି କରିଛି।

By amfnews

Related Post