Tue. Dec 24th, 2024

୯ କୋଟି ଚାଷୀଙ୍କ ଖାତାକୁ ଯିବ ୧୮ ହଜାର କୋଟି ଟଙ୍କା, ଆଜି କୋଟିଏ ଚାଷୀଙ୍କୁ ଜୁଟାଇବ ବିଜେପି

By amfnews Dec 25, 2020 #Featured
214 Views

ନୂଆଦିଲ୍ଲୀ, ଡିସେମ୍ବର ୨୫ : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳନ କରି ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦେଶର ୧୯ ହଜାରରୁ ଅଧିକ ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରୁଛି । ଏକ କୋଟି ଚାଷୀଙ୍କୁ ଏକତ୍ର କରିବା ସହିତ ୫ କୋଟି ଚାଷୀ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ପଠାଇବାକୁ ପ୍ରସ୍ତୁତି କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୯ କୋଟି ଚାଷୀଙ୍କୁ ୧୮୦୦୦ କୋଟି ଟଙ୍କା ତାଙ୍କର ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରିବେ । ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟସଭାରେ ସାଂସଦ ଅରୁଣ ସିଂହ ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ୧୯ ହଜାରରୁ ଅଧିକ ସ୍ଥାନରେ ବିଜେପି ଏହି କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି କାର୍ଯ୍ୟକ୍ରମରେ ୧ କୋଟିରୁ ଅଧିକ କିଷାନ ପ୍ରତକ୍ଷ୍ୟ ଭାବେ ଅଂଶଗ୍ରହଣ କରିବେ । ସେହିଭଳି ୫ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଲାଭ ଉଠାଇବେ । ଏହି କାର୍ଯ୍ୟକ୍ରମ ପଂଚାୟତ, ବିକାଶ ଖଣ୍ଡ, ସହକାରୀ ସଂସ୍ଥା ଓ ମଣ୍ଡିରେ ଅନୁଷ୍ଠିତ ହେବ ।   

ଅରୁଣ ସିଂହ କହିଛନ୍ତି ଯେ, ଯଦି କେବଳ ଉତ୍ତର ପ୍ରଦେଶର କଥା କହିବା, ତାହେଲେ ୮୨୨ ବ୍ଲକ, ୪୩୫ ମଣ୍ଡି, ୧୦ ହଜାରରୁ ଅଧିକ ଲୋକ ରହୁଥିବା ୫୮୫ଟି ପଂଚାୟତ ଓ ୧୨୨୫ ସହକାରୀ ସଂସ୍ଥାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୋଦୀ ଆଜି ମଧ୍ୟାହ୍ନ ୧୨ଟାରେ ଚାଷୀ ଭାଇମାନଙ୍କୁ ସମ୍ବୋଧନ କରିବେ ।

By amfnews

Related Post