Sat. Mar 7th, 2026

୯୩ଲିଟର ହାତ ରନ୍ଧା ଦେଶୀ ମହୁଲ ମଦ ସହ ୧୨ଶହ ଲିଟର ମହୁଲ‌ ପୋଚ ଜବତ, ୫ଗିରଫ

280 Views

ଗୁଣପୁର , ନଭେମ୍ବର ୨୫: ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ମଦ ଜବତ କରାଯାଇଛି। ସେହିପରି ୫ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ତତ୍ତ୍ବାବଧାନରେ ଏବଂ ଗୁଡାରି ଅବକାରୀ ଭାରପ୍ରାପ୍ତ ଅଧିକାରୀ ସରୋଜ କୁମାର ପରିଡ଼ାଙ୍କ ନେତୃତ୍ବରେ ଆଜି ଗୁଡାରି ବ୍ଲକର ଶ୍ରୀପଲ୍ଲୀ, ଟଙ୍ଗରମା ଓ ପାଙ୍ଗଣପଦର ଗ୍ରାମରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ୯୩ଲିଟର ହାତ ରନ୍ଧା ଦେଶୀ ମହୁଲ ମଦ ଓ ୧୨ଶହ ଲିଟର ମହୁଲ‌ ପୋଚ କରାଯାଇଥିଲା।

ସେହିପରି ଶ୍ରୀପଲ୍ଲୀ ଗ୍ରାମର ମାରିନା ପାଲାକା, ଟଙ୍ଗରମା ଗ୍ରାମର ସାମନ୍ତ ଟାକ୍ରି, ସର୍ଗନୀତା ଗାଣ୍ଡା, ପାଉଲିନା ଗାଣ୍ଟା ଓ ପ୍ରଫୁଲ୍ଲ ବିଭାରଙ୍କୁ ଗିରଫ କରାଯାଇଥିଲା। ଏହି ଚଢାଉରେ ଗୁଣପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ପ୍ରଭାସ କୁମାର ଚୌଧୁରୀ ଓ ଟିମ୍, ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ରାୟଗଡା ସମେତ ଗୁଡାରି ଓ ଗୁଣପୁର ପୁଲିସ ସହଯୋଗ କରିଥିଲେ।

By amfnews

Related Post