Tue. Nov 5th, 2024

୯୦ ବର୍ଷୀୟ ବୃଦ୍ଧଙ୍କ ନିଆରା ବୃକ୍ଷପ୍ରେମ : ପ୍ରଥମାଷ୍ଟମୀରେ ଗଛ ପଢ଼ୁଅାଁ

By amfnews Nov 30, 2018 #Featured
143 Views

ରାମଚନ୍ଦ୍ରପୁର, ନଭେମ୍ବର ୩୦ : ଓଡ଼ିଆ ପ୍ରଥା ଓ ପରମ୍ପରାର ଅନ୍ୟଏକ ପ୍ରମୁଖ ପର୍ବ ପ୍ରଥମାଷ୍ଟମୀ। ଏଥିରେ ସ୍ନେହ ଆଉ ଶ୍ରଦ୍ଧାର ପରିପ୍ରକାଶ ହୁଏ ଜ୍ୟେଷ୍ଠ ପୁତ୍ରକନ୍ୟାଙ୍କ ପ୍ରତି। ଏହି ନିଆରା ପରମ୍ପରା ପୁଲକିତ କରିଥାଏ ସମସ୍ତଙ୍କୁ। ସେହି ପରମ୍ପରାକୁ ଆହୁରି ମହନୀୟ କରି ତୋଳିଛନ୍ତି ଘସିପୁରା ବ୍ଲକ ଅଳତୀ ଗ୍ରାମର ପରିବେଶବିତ୍‌ ଘନଶ୍ୟାମ ସାହୁ।

ଘନଶ୍ୟାମଙ୍କ ବୟସ ୯୦ ଟପିଲାଣି। ତଥାପି ସେ ଥକି ଯାଇନାହାନ୍ତି। ବଡ଼ ପୁଅଝିଅଙ୍କୁ ପଢ଼ୁଅାଁ କରିବାର ପରମ୍ପରାକୁ ବଦଳାଇ ଦେଇଛନ୍ତି ବୃକ୍ଷପ୍ରେମରେ। ଏହି ପ୍ରେମରୁ ତାଙ୍କ ଯତ୍ନରେ ଗଢ଼ିଉଠିଛି ଶତାଧିକ ଗଛ। ସେହି ଗଛଗୁଡ଼ିକ ହିଁ ତାଙ୍କ ପାଇଁ ପୁତ୍ରକନ୍ୟା। ପ୍ରତି ପ୍ରଥମାଷ୍ଟମୀରେ ସେହି ବୃକ୍ଷ ଦେହରେ ସେ ବାନ୍ଧି ଦିଅନ୍ତି ନୂଆ କପଡ଼ା। ପଢ଼ୁଅାଁ କରିଦିଅନ୍ତି ସବୁଜ ବୃକ୍ଷରାଜିଙ୍କୁ। ଏଥିପାଇଁ ତାଙ୍କୁ ୪-୫ ଦିନ ସମୟ ଲାଗିଥାଏ। ପ୍ରଥମାଷ୍ଟମୀ ସକାଳୁ ଏହି ପରମ୍ପରା ଆରମ୍ଭ କରନ୍ତି ସେ। ନୂଆ କପଡ଼ା ବାନ୍ଧି ଫୁଲ ଚନ୍ଦନ ଲଗାଇ ପିଠାପଣା ଅର୍ପଣ କରିଥାନ୍ତି। ଉତ୍ସବ ମନାଇଥାନ୍ତି।

ରାମଚନ୍ଦ୍ରପୁର : ଓଡ଼ିଆ ପ୍ରଥା ଓ ପରମ୍ପରାର ଅନ୍ୟଏକ ପ୍ରମୁଖ ପର୍ବ ପ୍ରଥମାଷ୍ଟମୀ। ଏଥିରେ ସ୍ନେହ ଆଉ ଶ୍ରଦ୍ଧାର ପରିପ୍ରକାଶ ହୁଏ ଜ୍ୟେଷ୍ଠ ପୁତ୍ରକନ୍ୟାଙ୍କ ପ୍ରତି। ଏହି ନିଆରା ପରମ୍ପରା ପୁଲକିତ କରିଥାଏ ସମସ୍ତଙ୍କୁ। ସେହି ପରମ୍ପରାକୁ ଆହୁରି ମହନୀୟ କରି ତୋଳିଛନ୍ତି ଘସିପୁରା ବ୍ଲକ ଅଳତୀ ଗ୍ରାମର ପରିବେଶବିତ୍‌ ଘନଶ୍ୟାମ ସାହୁ।

ଘନଶ୍ୟାମଙ୍କ ବୟସ ୯୦ ଟପିଲାଣି। ତଥାପି ସେ ଥକି ଯାଇନାହାନ୍ତି। ବଡ଼ ପୁଅଝିଅଙ୍କୁ ପଢ଼ୁଅାଁ କରିବାର ପରମ୍ପରାକୁ ବଦଳାଇ ଦେଇଛନ୍ତି ବୃକ୍ଷପ୍ରେମରେ। ଏହି ପ୍ରେମରୁ ତାଙ୍କ ଯତ୍ନରେ ଗଢ଼ିଉଠିଛି ଶତାଧିକ ଗଛ। ସେହି ଗଛଗୁଡ଼ିକ ହିଁ ତାଙ୍କ ପାଇଁ ପୁତ୍ରକନ୍ୟା। ପ୍ରତି ପ୍ରଥମାଷ୍ଟମୀରେ ସେହି ବୃକ୍ଷ ଦେହରେ ସେ ବାନ୍ଧି ଦିଅନ୍ତି ନୂଆ କପଡ଼ା। ପଢ଼ୁଅାଁ କରିଦିଅନ୍ତି ସବୁଜ ବୃକ୍ଷରାଜିଙ୍କୁ। ଏଥିପାଇଁ ତାଙ୍କୁ ୪-୫ ଦିନ ସମୟ ଲାଗିଥାଏ। ପ୍ରଥମାଷ୍ଟମୀ ସକାଳୁ ଏହି ପରମ୍ପରା ଆରମ୍ଭ କରନ୍ତି ସେ। ନୂଆ କପଡ଼ା ବାନ୍ଧି ଫୁଲ ଚନ୍ଦନ ଲଗାଇ ପିଠାପଣା ଅର୍ପଣ କରିଥାନ୍ତି। ଉତ୍ସବ ମନାଇଥାନ୍ତି।

୨୦୧୦ରେ ଏଥିପାଇଁ ତାଙ୍କୁ ଏକ ଅନୁଷ୍ଠାନ ପକ୍ଷରୁ ଏକଲକ୍ଷ ଟଙ୍କା ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା। ଏହା ତାଙ୍କୁ ଆହୁରି ଉତ୍ସାହିତ କରିଥିଲା ଏ କ୍ଷେତ୍ରରେ କାମ କରିବା ପାଇଁ। ଅନ୍ୟ ଲୋକମାନଙ୍କୁ ଏଥିପ୍ରତି ଆକର୍ଷିତ କରିବା ପାଇଁ ସେ ପ୍ରତିବର୍ଷ ଗଛ ବାହାଘର ଆୟୋଜନ କରିବା ସହ ସାମୂହିକ ଚାରା ରୋପଣ କରୁଛନ୍ତି। ଆଉ ଚାରା ମଧ୍ୟ ବଣ୍ଟନ କରୁଛନ୍ତି।

By amfnews

Related Post