Fri. Mar 6th, 2026

୮ କ୍ୱିଣ୍ଟାଲ୍ ୫୫ କିଲୋଗ୍ରାମ ୫୦୦ ଗ୍ରାମ୍ ର ଗଞ୍ଜେଇ ଜବତ,୫ ଗିରଫ

314 Views

କୋରାପୁଟ: କୋରାପୁଟ ଜିଲ୍ଲାରୁ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଥିବାର ଖବର ମିଳିଛି। ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଅଭିଯୋଗରେ ୫ ମାଫିଆଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ନନ୍ଦପୁର ପିତାଗୁଡ଼ାରେ ଟ୍ରାକ୍ଟରରେ ପାଣି ଟ୍ୟାଙ୍କର ଲଗାଇ ଭିତରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ ଚଢାଉ କରିଥିଲା। ଉକ୍ତ ଟ୍ୟାଙ୍କର ଭିତରୁ ମୋଟ ୮ କ୍ୱିଣ୍ଟାଲ୍ ୫୫ କିଲୋଗ୍ରାମ ୫୦୦ ଗ୍ରାମ୍ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ୱାଟର ଟ୍ୟାଙ୍କର୍ ସହିତ ଉକ୍ତ ଟ୍ରାକ୍ଟରକୁ ଜବତ କରାଯାଇଛି। ଟ୍ରାକ୍ଟରର ରେଜିଷ୍ଟ୍ରେସନ୍ ନମ୍ବର ନଥିବା ସୂଚନା ମିଳିଛି।

ଘଟଣାସ୍ଥଳରୁ ଗୋଟିଏ ସବୁଜ ରଙ୍ଗର ହିରୋ ଗ୍ଲାମର ମୋଟର ସାଇକେଲ୍ (ଓଡି ୧୦ ଏଲ୍-୩୨୦୫), ୪ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୧୭,୭୦୦ ଟଙ୍କା ଜବତ କରାଯାଇଛି। ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି।

By amfnews

Related Post