Wed. Mar 11th, 2026

୮୭ତମ ପ୍ରତିଷ୍ଠା ଦିବସରେ ବାୟୁସେନା ମୁଖ୍ୟଙ୍କ ବଡ଼ ବୟାନ

181 Views

ଗାଜିଆବାଦ୍‌  : ଆଜି ଭାରତୀୟ ବାୟୁସେନା ତା’ର ୮୭ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏଥିପାଇଁ ଗାଜିଆବାଦ ଠାରେ ଥିବା ହିଣ୍ଡୋନ ଏୟାର ବେସ୍‌ରେ ବାୟୁସେନାର ବିଭିନ୍ନ ଲଢ଼ୁଆ ବିମାନ ସେମାନଙ୍କ ପରାକ୍ରମ ଦେଖାଇଛନ୍ତି। ତେବେ ଏହି ଅବସରରେ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଦେଶର ସୁରକ୍ଷା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, “ଦେଶର ସୁରକ୍ଷା ସହ କେବେ ହେଲେ ସାଲିସ କରାଯିବ ନାହିଁ। ଦେଶବାସୀ ବାୟୁସେନା ଉପରେ ବିଶ୍ୱାସ ଓ ଆସ୍ଥା ରଖିଥିବାରୁ ଆମେ କୃତଜ୍ଞ। ବାୟୁସେନାର ସମସ୍ତ ଯୋଦ୍ଧାଙ୍କ ପକ୍ଷରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ଆମେ ଦେଶର ସୁରକ୍ଷାରେ କୌଣସି ସାଲିସ କରିବୁ ନାହିଁ। ଶତ୍ରୁପକ୍ଷଙ୍କୁ ଭୟ କରିବାର ନାହିଁ। ଆମେ ସର୍ବଦା ଦେଶର ସୁରକ୍ଷା ପାଇଁ ଲଢ଼େଇ କରି ଚାଲିବୁ।

ବର୍ତ୍ତମାନ ପଡ଼ୋଶୀ ଦେଶ ଯେଉଁ ଭଳି ଆଚରଣ ପ୍ରଦର୍ଶନ କରୁଛି, ତା’ହା ଆମ ପାଇଁ ଚ୍ୟାଲେଞ୍ଜ। ନିକଟରେ ହୋଇଥିବା ପୁଲୱାମା ହମ୍‌ଲା ସୁରକ୍ଷା ପ୍ରତିଷ୍ଠାନ ଉପରେ ଥିବା ବିପଦକୁ ଦର୍ଶାଉଛି। ବାଲାକୋଟ୍ ଏୟାର ଷ୍ଟ୍ରାଇକ ପାଇଁ ଆମେ ପ୍ରସ୍ତୁତ କରିଥିବା ରଣନୀତିକୁ ରାଜନୀତି ସ୍ତରରେ ସ୍ୱୀକୃତି ମିଳିଥିଲା। ଦେଶର କ୍ଷମତାରେ ଥିବା ନେତାମାନେ ଆତଙ୍କବାଦୀଙ୍କୁ ଦଣ୍ଡ ଦେବାକୁ ଅନୁମତି ଦେଇଥିଲେ। ସରକାର ଏବେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ନିଜ ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଯାହା ପୁଲୱାମା ହମଲା ପରେ ଦେଖିବାକୁ ମିଳିଥିଲା।

ମୁଁ ଏଠାରେ କହିବାକୁ ଚାହୁଁଛି ଯେ ଆକାଶ ମାଗ୍ରରେ ବାୟୁସେନା ଜାଗ୍ରତ ପ୍ରହରୀ ହୋଇ ରହିଛି। ଦେଶର ସୁରକ୍ଷା ପାଇଁ ବାୟୁସେନା ସର୍ବଦା ପ୍ରସ୍ତୁତ। ଯେ କୌଣସି ବିପଦର ମୁକାବିଲା କରିବାକୁ ବାୟୁସେନା ସକ୍ଷମ।”

By amfnews

Related Post