Sun. Mar 8th, 2026

୮ଟି ଗାଈର ମୃତ୍ୟୁ ପାଇଁ ୮ ସରକାରୀ ଅଧିକାରୀ ନିଲମ୍ୱିତ

214 Views

ଲକ୍ଷ୍ନୌ  : ଉତ୍ତର ପ୍ରଦେଶ ସରକାରଙ୍କ ଅଧିନରେ ଥିବା ଗୋଶାଳରେ ୮ଟି ଗାଈର ମୃତ୍ୟୁ ଘଟିଛି। ଏଥିପାଇଁ ସରକାରୀ ଅଧିକାରୀଙ୍କୁ ଦାୟୀ କରି ୮ ଜଣ ଅଧିକାରୀଙ୍କୁ ନିଲମ୍ୱିତ କରିଛନ୍ତି ଯୋଗୀ ସରକାର।

ଗାଈଗୁଡ଼ିକ ଅଯୋଧ୍ୟା ଓ ମିର୍ଜାପୁରରେ ଥିବା ସରକାରୀ ଗୋଶାଳରେ ଥିଲେ। ଏଥିପାଇଁ ସରକାରଙ୍କୁ ତରଫରୁ ପଶୁ ଡାକ୍ତର ସାଙ୍ଗକୁ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯାଇଥିଲା। ହେଲେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଏବଂ ଗାଈ ଗୁଡିକର ଯତ୍ନ ନେବା ପାଇଁ ନିଯୁକ୍ତ ଅଧିକାରୀଙ୍କ ସଚେତନତାର ଅଭାବରୁ ୮ଟି ଗାଈର ମୃତ୍ୟୁ ଘଟିଛି ବୋଲି ସରକାର କହିଛନ୍ତି। କାରଣ ମୃତ ୮ ଗାଈ ମଧ୍ୟରୁ କିଛି ଘଡ଼ଘଡ଼ି କାରଣରୁ ମୃତ୍ୟୁ ଘଟିଥିବା ବେଳେ ରୋଗରେ ପଡ଼ି ଅନ୍ୟ ଗାଈ ଗୁଡ଼ିକର ମୃତ୍ୟୁ ଘଟିଛି। ସେହିପରି ବେସରକାରୀ ଭାବରେ ଗତ ୪୮ ଘଣ୍ଟା ମଧ୍ୟରେ ୩୦ଟି ଗାଈର ମୃତ୍ୟୁ ଘଟିଥିବାର ସୂଚନା ରହିଛି। ଯାହାକୁ ନେଇ ଏବେ ଯୋଗୀ ସରକାର ଗୋ-ସମ୍ପଦର ସୁରକ୍ଷା ଦିଗରେ କଠୋର ନିଷ୍ପତ୍ତି ନେବାକୁ ଯାଉଛନ୍ତି।

ଏହାପରେ ରାଜ୍ୟ ସରକାର ସମସ୍ତ ଗୋଶାଳର ସ୍ଥିତି ବାବଦରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ସହିତ ସରକାରୀ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି। ୨୦୧୭ରେ ଉତ୍ତର ପ୍ରଦେଶରେ ଯୋଗି ସରକାର ଆସିବା ପରେ ଗୋ ସୁରକ୍ଷା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି।

By amfnews

Related Post