Sat. Apr 19th, 2025

୭ ଶିଶୁଙ୍କ ସମେତ ୨୯ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଓ ଗାଡ଼ିଚାଳକ ଗିରଫ

By amfnews Jan 16, 2020 #Featured
104 Views

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଜୋଙ୍କ ପୁଲିସ ବୁଧବାର ଦିନ ୭ ଶିଶୁ ସହ ୨୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଏଥିସହ ଜଣେ ଦଲାଲ ଓ ଗାଡ଼ି ଚାଳକଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଥିବା ଜୋଙ୍କ ପୁଲିସଠାରୁ ପ୍ରକାଶ।
ବୁଧବାର ରାତ୍ରିରେ ଖରିଆର ରୋଡର ଜୋଙ୍କ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଜାମିଳିଠାରେ ଏକ ପିକ୍ ଭ୍ୟାନ୍ ନଂ- ଓଡି ୨୯- ୩୨୪୨ରେ ଜାମିଳି ଓ ବିରୋମାଲର ୨୯ ଜଣ ଶ୍ରମିକ ରାଜ୍ୟ ବାହାରକୁ ଚାଲାଣ ହେଉଥିବାର ସୂଚନା ପାଇଥିଲା। ଏହାପରେ ଜୋଙ୍କ ଥାନା ପୁଲିସ୍ ଗାଡ଼ିକୁ ଜବତ କରିଥିଲା। ପରେ ଥାନାରେ ପଚାରାଉଚରା ପରେ ଜଣାପଡ଼ିଥିଲା ଯେ ଏହି ୨୯ ଜଣ ଶ୍ରମିକଙ୍କୁ ସମ୍ବଲପୁର ରେଳଷ୍ଟେସନରୁ ଉତ୍ତର ପ୍ରଦେଶକୁ ନିଆଯାଉଥିଲା।

ଏହା ଜାଣିବା ପରେ ପୁଲିସ ଏକ ମାମଲା ରୁଜୁ କରି ଦାଦନ ଦଲାଲ ଜାମିଳି ଗ୍ରାମର ଭବାନୀ ପ୍ରସାଦ ମିଶ୍ର(୪୧) ଓ ଗାଡ଼ିଚାଳକ ବେଲଟୁକୁରୀ ଥାନା କନ୍ଦାଢ଼ାପର ନରେଶ ମିର୍ଦ୍ଧାଙ୍କୁ ଗିରଫ କରିବା ସହ ପିକ୍ ଭ୍ୟାନକୁ ଜବତ କରିଥିଲା। ଉଦ୍ଧାର ଶ୍ରମିକମାନଙ୍କୁ ଏକ ଗାଡିରେ ନିଜ ଘରକୁ ପଠାଯାଇଛି ବୋଲି ଖରିଆର ରୋଡ ଜୋଙ୍କ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ସଦଇଛନ୍ତି ।

By amfnews

Related Post