Sat. Mar 7th, 2026

୭ ଦୋକାନରୁ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍‌

157 Views

ଚନ୍ଦ୍ରଶେଖରପୁର: ଡମଣା-ଶୈଳଶ୍ରୀବିହାର ରାସ୍ତାକଡ଼ ମାର୍କେଟ୍‌ରେ ଥିବା ପାଖାପାଖି ୭ଟି ଦୋକାନରୁ ଗତ ରାତିରେ ପ୍ରାୟ ୧୦ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଦୋକାନଗୁଡ଼ିକର ମାଲିକ ଆଜି ସକାଳେ ସଟର୍‌ ତଡ଼ା ଯାଇଥିବା ଦେଖିବାକୁ ପାଇବା ପରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସର୍ବେଶ୍ୱର ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ନିହାର ରଂଜନ ନାୟକଙ୍କ ସମେତ ଅନ୍ୟ କିଛି ବ୍ୟବସାୟୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଆଜି ସକାଳେ ସେମାନେ ଦୋକାନ ଖୋଲିବାକୁ ଯିବା ବେଳକୁ ଦୋକାନର ସଟର୍‌ ତାଲା ତଡ଼ା ଯାଇଥିବା ଦେଖିବାକୁ ପାଇଥିଲେ। ଦୋକାନ ଭିତରକୁ ପଶିବା ବେଳେକୁ ଜିନିଷପତ୍ର ଏପଟ ସେପଟ ହୋଇ ପଡ଼ିଥିଲା। କ୍ୟାସ୍‌ ବକ୍ସରେ ଟଙ୍କା ନଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷ ଗାଏବ୍‌ ହୋଇଥିବା ଦେଖିବାକୁ ପାଇଥିଲେ।

ପୁଲିସ୍‌ ଘଟଣାସ୍ଥଳ ପରିଦର୍ଶନ କରି ସନ୍ଧାନୀ କୁକୁର ସହ ତଦନ୍ତ ଆରମ୍ଭ କରିଛି। ତେବେ ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ହାର୍ଡଡିସ୍କକୁ ଲୁଟେରାମାନେ ଚୋରି କରି ନେଇଥିବାରୁ ଲୁଟେରାଙ୍କୁ ଚିହ୍ନଟ କରିବାରେ ବାଧା ଉପୁଜିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

By amfnews

Related Post