Sat. Mar 7th, 2026

୭୨୦ କିଲୋ ଗଞ୍ଜେଇ ଜବତ,୨ ଗିରଫ

220 Views

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ପୁଲିସ ଲଗାତାର ଭାବେ ଗଞ୍ଜେଇ ଚାଲାଣ ରୋକିବାରେ ସଫଳ ହେବାରେ ଲାଗିଛି। ଗତକାଲି ରାତିରେ ଚିତ୍ରକୋଣ୍ଡା ପୁଲିସ ପକ୍ଷରୁ ବାଲିମେଳା-ଚିତ୍ରକୋଣ୍ଡା ରାସ୍ତାରେ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ଚିତ୍ରକୋଣ୍ଡାରୁ ବାଲିମେଳା ଅଭିମୁଖେ ଯାଉଥିବା ଏକ ମିନି ଟ୍ରକ୍‌କୁ ପୁଲିସ ସନ୍ଦେହରେ ଅଟକାଇଥିଲା। ପୁଲିସକୁ ଦେଖି ଗାଡ଼ିରେ ବସିଥିବା ୪ ଜଣଙ୍କ ମଧ୍ୟରୁ ୨ଜଣ ଚମ୍ପଟ ମାରିଥିବା ବେଳେ ଆଉ ୨ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା। ପରେ ପୁଲିସ ଗାଡ଼ି ଯାଞ୍ଚ କରିବା ପରେ ଭିତରେ ୩୧ଟି ବସ୍ତାରେ ଗଞ୍ଜେଇ ରହିଥିବା ଦେଖିବାକୁ ପାଇଥିଲା। ପରେ ପୁଲିସ ଗାଡ଼ି ଓ ଗଞ୍ଜେଇ ଜବତ କରିବା ସହ ଗିରଫ ସୁନିଲ ଖେମୁଡୁ ଓ ଘେନୁ ହନ୍ତାଳଙ୍କୁ ଥାନାକୁ ନେଇଥିଲା। ଗିରଫ ହୋଇଥିବା ୨ଗଞ୍ଜେଇ ଚାଲାଣକାରୀଙ୍କ ଘର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡା ଗ୍ରାମରେ ବୋଲି ଜଣାପଡିଚି। ପୁଲିସ ଆଜି ଜବତ ଗଞ୍ଜେଇ ଓଜନ କରିବା ପରେ ଏହା ୭୨୦କିଲୋ ବ‌ୋଲି ଜାଣିବାକୁ ପାଇଥିଲା। ଚିତ୍ରକୋଣ୍ଡାରୁ ବାହାର ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ ହେଉଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ରାମଚନ୍ଦ୍ର ନାଗ ପ୍ରକାଶ କରିଛନ୍ତି।

By amfnews

Related Post